ରାଜ୍ୟର ବିକାଶ ପାଇଁ ପରିବର୍ତ୍ତନ ଆବଶ୍ୟକ, କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସିଧା ଟାର୍ଗେଟ୍

Advertisment

କେରଳରୁ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସିଧା ଟାର୍ଗେଟ୍ । କଂଗ୍ରେସକୁ ସମାଲୋଚନା କରିବା ସହ ରାଜ୍ୟର ବିକାସ ପାଇଁ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

କେରଳରୁ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସିଧା ଟାର୍ଗେଟ୍ । କଂଗ୍ରେସକୁ ସମାଲୋଚନା କରିବା ସହ ରାଜ୍ୟର ବିକାସ ପାଇଁ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

pmmodi

pmmodi Photograph: (Google)

କନକ ବ୍ୟୁରୋ:  କେରଳରୁ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସିଧା ଟାର୍ଗେଟ୍ । କଂଗ୍ରେସକୁ ସମାଲୋଚନା କରିବା ସହ ରାଜ୍ୟର ବିକାସ ପାଇଁ ପରିବର୍ତ୍ତନ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆଜି କେରଳ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟ ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପର ଘୋଷଣା କରିଛନ୍ତି । ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବା ସହ ନୂତନ ଟ୍ରେନ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପ୍ରୟାସ କେରଳର ବିକାଶକୁ ନୂତନ ଗତି ଦେଇଛି । କେରଳର ବିକାଶରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି । ରେଳ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ତିରୁବନନ୍ତପୁରମକୁ ଦେଶର ପ୍ରମୁଖ କେନ୍ଦ୍ର ମଧ୍ୟରେ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ ଏବଂ ବିକଶିତ କେରଳ ପାଇଁ, ବିଜେପିକୁ ବହୁମତ ଦିଆଯିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି ।

ଅଧିକ ପଢନ୍ତୁ: ଭାଇ ଦେଲା ଭାଇକୁ ଧୋକା ; ବିରୋଧୀଙ୍କ ସହ ହାତ ମିଳାଇଲେ ରାଜ୍ ଠାକରେ...

ନୂତନ ଟ୍ରେନ୍ ସେବା ଆରମ୍ଭ
ପ୍ରଧାନମନ୍ତ୍ରୀ ମୋଦୀ ତିନୋଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ ଗୋଟିଏ ତ୍ରିସୁର-ଗୁରୁଭାୟୁର ପାସେଞ୍ଜର ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ନୂତନ ଟ୍ରେନ୍ ସେବା କେରଳ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଆଞ୍ଚଳିକ ରେଳ ସଂଯୋଗକୁ ଆହୁରି ସୁଦୃଢ଼ କରିବ ।

"ବିକଶିତ ଭାରତ" ଲକ୍ଷ୍ୟକୁ ଗୁରୁତ୍ଵ
ପ୍ରଧାନମନ୍ତ୍ରୀ ମୋଦୀ କେରଳବାସୀ ଏବଂ ସମଗ୍ର ଦେଶକୁ ଏହି ବିକାଶ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ସମଗ୍ର ଦେଶ ଏକ "ବିକଶିତ ଭାରତ" ଗଠନ ପାଇଁ ଏକାଠି କାମ କରୁଛି । ଗତ ୧୧ ବର୍ଷ ମଧ୍ୟରେ, କେନ୍ଦ୍ର ସରକାର ସହରାଞ୍ଚଳ ଭିତ୍ତିଭୂମିରେ ବ୍ୟାପକ ନିବେଶ କରିଛନ୍ତି ଏବଂ ସହରଗୁଡ଼ିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ଭାଷଣରେ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡ଼ିକ ରାଜ୍ୟର ବିକାଶ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ଏହି ପ୍ରକଳ୍ପଗୁଡ଼ିକ କେରଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ରାଜ୍ୟ ସରକାର ଦୀର୍ଘ ସମୟ ଧରି ଏହି ପ୍ରକଳ୍ପଗୁଡ଼ିକ ପାଇଁ କେନ୍ଦ୍ରୀୟ ଅନୁମୋଦନ ଲୋଡ଼ି ଆସୁଥିଲେ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe