ଅଚିହ୍ନା ଶବର ସାଥି ମଧୁସ୍ମିତା : ୭ ବର୍ଷରେ ଦାହ କଲେଣି ଦୁଇ ହଜାରରୁ ଅଧିକ ଶବ

Advertisment

କୋଭିଡ୍ ହେଉ କି ବାହାନଗା ଟ୍ରେନ୍ ଦୁର୍ଘଟଣା ପର୍ଯ୍ୟନ୍ତ, ଯେଉଁଠି ମୃତକଙ୍କ ସମ୍ପର୍କୀୟ ପଚା ସଢ଼ା ଖଣ୍ଡ ବିଖଣ୍ଡିତ ଶବ ଛୁଇଁବାକୁ ପଛଘୁଞ୍ଚା ଦିଅନ୍ତି ସେଠି ଆଗେଇ ଆସନ୍ତି ମଧୁସ୍ମିତା । ସେଥିପାଇଁ ତ ନର୍ସିଂ ଚାକିରି ଛାଡ଼ି ସେ ତାଙ୍କ ସ୍ବାମୀଙ୍କ ପ୍ରଦୀପ ସେବା ଟ୍ରଷ୍ଟରେ ଯୋଗ ଦେଇଛନ୍ତି

କୋଭିଡ୍ ହେଉ କି ବାହାନଗା ଟ୍ରେନ୍ ଦୁର୍ଘଟଣା ପର୍ଯ୍ୟନ୍ତ, ଯେଉଁଠି ମୃତକଙ୍କ ସମ୍ପର୍କୀୟ ପଚା ସଢ଼ା ଖଣ୍ଡ ବିଖଣ୍ଡିତ ଶବ ଛୁଇଁବାକୁ ପଛଘୁଞ୍ଚା ଦିଅନ୍ତି ସେଠି ଆଗେଇ ଆସନ୍ତି ମଧୁସ୍ମିତା । ସେଥିପାଇଁ ତ ନର୍ସିଂ ଚାକିରି ଛାଡ଼ି ସେ ତାଙ୍କ ସ୍ବାମୀଙ୍କ ପ୍ରଦୀପ ସେବା ଟ୍ରଷ୍ଟରେ ଯୋଗ ଦେଇଛନ୍ତି

saba sathi madhusmita

saba sathi madhusmita Photograph: (KANAK NEWS)

କନକ ବ୍ୟୁରୋ: ଭୁବନେଶ୍ୱର ଭୀମଟାଙ୍ଗୀ ଅଞ୍ଚଳର ମଧୁସ୍ମିତା ପୃଷ୍ଟି । ମଧୁସ୍ମିତା ହେଉଛନ୍ତି ଅଜଣା ଅଚିହ୍ନା ତଥା ଖଣ୍ଡ ବିଖଣ୍ଡିତ ପଚାସଢ଼ା ଶବର ଶେଷ ସାଥି । କୋଭିଡ୍ ହେଉ କି ବାହାନଗା ଟ୍ରେନ୍ ଦୁର୍ଘଟଣା ପର୍ଯ୍ୟନ୍ତ, ଯେଉଁଠି ମୃତକଙ୍କ ସମ୍ପର୍କୀୟ ପଚା ସଢ଼ା ଖଣ୍ଡ ବିଖଣ୍ଡିତ ଶବ ଛୁଇଁବାକୁ ପଛଘୁଞ୍ଚା ଦିଅନ୍ତି ସେଠି ଆଗେଇ ଆସନ୍ତି ମଧୁସ୍ମିତା । ସେଥିପାଇଁ ତ ନର୍ସିଂ ଚାକିରି ଛାଡ଼ି ସେ ତାଙ୍କ ସ୍ବାମୀଙ୍କ ପ୍ରଦୀପ ସେବା ଟ୍ରଷ୍ଟରେ ଯୋଗ ଦେଇଛନ୍ତି । ଦୀର୍ଘ ସାତ ବର୍ଷରେ ପ୍ରାୟ ଦୁଇ ହଜାରରୁ ଅଧିକ ଶବ ସଂସ୍କାର କଲେଣି । ବିଶେଷ କରି ରେଲୱେ ଟ୍ରାକରେ ପଡ଼ିଥିବା ମୃତ ଦେହ, ବସ୍ତିବାସିନ୍ଦାଙ୍କ ମୃତଦେହ ଦାହ କରିବା ମଧୁସ୍ମିତାଙ୍କ ଏବେ ନିତିଦିନିଆ କାମ ପଲଟିଲାଣି ।

  • ନିଜେ ଆମ୍ବୁଲାନ୍ସ ଚଲାଇ ଶବ ବୁହନ୍ତି
  • ବାଧା ସାଜିନି ଘୃଣା ଅପବାଦ

ନିଜ କାମ ପାଇଁ ସମାଜ ଆଗରେ ଉଦାହରଣ ସାଜିଛନ୍ତି ମଧୁସ୍ମିତା । ଅଜଣା ଅଚିହ୍ନା ଶବକୁ ନିଜ ଆମ୍ବୁଲାନ୍ସରେ ବୁହାଇ ଶ୍ମଶାନ ନିଅନ୍ତି ମଧୁସ୍ମିତା ଆଉ ସେହି ଗାଡ଼ି ନିଜେ ମଧୁସ୍ମିତା ହିଁ ଚଲାନ୍ତି । ଝିଅ ହୋଇ ଏଭଳି କାମ କରୁଥିବାରୁ ଅନେକ ସମୟରେ ନିନ୍ଦା ଅପବାଦକୁ ସାମ୍ନା କରିଛନ୍ତି ମଧୁସ୍ମିତା । ହେଲେ କେବେ ସେ ଭାଙ୍ଗି ପଡ଼ି ନାହାଁନ୍ତି । ସ୍ବାମୀ ବି ମଧୁସ୍ମିତାଙ୍କ ସାଥ୍ ଦେଇଛନ୍ତି । 

ନିଷ୍ଠାପର ଓ ନିଃସ୍ଵାର୍ଥପର କାମ ପାଇଁ ମଧୁସ୍ମିତା ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମଧୁସ୍ମିତା । ସେବା ହିଁ ଧର୍ମ , ଏଇ ଭାବନା ନେଇ ଆଗକୁ ବଢ଼ି ଚାଲିଛନ୍ତି ମଧୁସ୍ମିତା । ଆଗରୁ ରୋଗୀ ସେବା କରୁଥିଲେ ଆଉ ଏବେ ପାଲଟିଛନ୍ତି ଶବର ସାଥି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe