କନକ ବ୍ୟୁରୋ : ଯୁଦ୍ଧରେ ଆଶଙ୍କା ଭିତରେ ଜାତିସଂଘରୁ ଏକ ବଡ଼ ଖବର ଆସିଛି । ଋଷ ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘର ଦୁଇଟି ପ୍ରସ୍ତାବ ଉପରେ ଋଷକୁ ସମର୍ଥନ କରିଛି ଆମେରିକା । ତିନି ବର୍ଷର ଯୁଦ୍ଧ ଭିତରେ ପ୍ରଥମ ଥର ପାଇଁ ଋଷ ସମର୍ଥନରେ ଭୋଟ ଦେଇଛି ୟୁଏସ୍ । ଏହି ପ୍ରସ୍ତାବରେ ଋଷର ଆକ୍ରମଣକୁ ନିନ୍ଦା କରାଯାଇଛି । ଏବଂ ୟୁକ୍ରେନର ଅଖଣ୍ଡତାକୁ ବଜାୟୀ ରହିବାର ପ୍ରତିଶ୍ରୁତି ରହିଛି । ଏହି ପ୍ରସ୍ତାବରୁ ଚୀନ ସହ ଭାରତ , ୟୁଏଇ ଏବଂ ଅନ୍ୟ ଦେଶ ମାନେ ଭୋଟିଂ ନିବୃତ୍ତ ରହିଛନ୍ତି । ଋଷିଆ ସମର୍ଥନରେ ଆମେରିକା ସହ ଇସ୍ରାଏଲ, ଉତ୍ତର କୋରିଆ ଏବଂ ୧୪ ଦେଶ ବାହାରିଛନ୍ତି । ଏହି ପ୍ରସ୍ତାବରେ ଋଷିଆର ଆକ୍ରମଣକୁ ନିନ୍ଦାକୁ ସେମାନେ ବିରୋଧ କରିଛନ୍ତି । ଏଥିସହ ଋଷ ଦଖଲ କରିଥିବା ସବୁ ଅଞ୍ଚଳ ଫେରାଇବା ପ୍ରସ୍ତାବକୁ ମନା କରିଛନ୍ତି । କିନ୍ତୁ ପ୍ରସ୍ତାବ ବହୁମତରେ ପାରିତ ହୋଇଛି । ୯୩ ସଦସ୍ୟ ୟୁକ୍ରେନ ସମର୍ଥନରେ ୧୮ ଦେଶ ବିରୋଧରେ ଏବଂ ୧୬ ଦେଶ ଅନୁପସ୍ଥିତ ରହିଛି ।
୩ ବର୍ଷରେ ପହଞ୍ଚଛି ରୁଷ ୟୁକ୍ରେନ ଯୁଦ୍ଧ। ଯୁଦ୍ଧକୁ ତିନି ବର୍ଷ ପୂର୍ତ୍ତି ଅବସରରେ ସବୁଠୁ ବଡ଼ ଆକ୍ରମଣ କରିଛି ପୁଟିନ ସେନା । ରବିବାର ରାତିରେ ଋଷ ୨୦୦ରୁ ଅଧିକ ଡ୍ରୋନ ମାଡ କରିଛି ରୁଷ । ଏହାରି ଭିତରେ ପଛରେ ପଡିଯାଇଥିବା ୟୁକ୍ରେନ ଦେଶକୁ ବଞ୍ଚାଇବା ପାଇଁ ଟ୍ରମ୍ପଙ୍କ କଥା ରାଜି ହୋଇଛି । ଆମେରିକା-ୟୁକ୍ରେନ ମଧ୍ୟରେ ମିନେରାଲ ତଥା ଖଣିଜସମ୍ପଦକୁ ନେଇ ହେବାକୁ ଥିବା ଡିଲ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ଡିଲ ସମ୍ପର୍କରେ ସୋମବାର ଆମେରିକା ରାଷ୍ଟ୍ରପତି କହିଛନ୍ତି, ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଚୁକ୍ତି ଫାଇନାଲ ଷ୍ଟେଜରେ ଅଛି । ଆଉ ଏହି ଡିଲ ବଦଳରେ ଯୁଦ୍ଧରେ ୟୁକ୍ରେନକୁ ପୂର୍ଣ୍ଣ ସ୍ବତନ୍ତ୍ରତାର ସର୍ତ୍ତ ରଖିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଏଥିପାଇଁ ନାଟୋ ସଙ୍ଗଠନର ସଦସ୍ୟତା ଦାବି କରିଛନ୍ତି । ଆବଶ୍ୟକ ପଡିଲେ ଇସ୍ତଫା ଦେବାକୁ ରାଜି ଅଛନ୍ତି । ସେପଟେ ୟୁକ୍ରେନଠୁ ଆମେରିକା ଚାହୁଁଥିବା ଖଣିଜସମ୍ପଦ ଦେବାକୁ ଅଫର ଦେଇଛି ରଷ । ଏହାରି ଭିତରେ ଟ୍ରମ୍ପଙ୍କ ନିଷ୍ପତ୍ତି ସମସ୍ତଙ୍କର ନଜର ରହିଛି ।
ବଢିବ ଋଷ ୟୁକ୍ରେନ ଯୁଦ୍ଧ
ଯୁଦ୍ଧରେ ୟୁକ୍ରେନକୁ ପୂର୍ଣ୍ଣ ସ୍ବତନ୍ତ୍ରତାର ସର୍ତ୍ତ ରଖିଛନ୍ତି ରାଷ୍ଟ୍ରପତି ଜେଲେନସ୍କି
ମୁକ୍ତ, ସୁରକ୍ଷିତ ଏବଂ ସାର୍ବଭୌମତ୍ୟ ୟୁକ୍ରେନର ପ୍ରତିଶ୍ରୁତିର ସର୍ତ୍ତ ରଖିଛି ୟୁକ୍ରେନ
ଏହି ଡିଲ ଦ୍ବାରା ୟୁକ୍ରେନର ରାଜସ୍ବର ଅଧା ଚାଲିଯିବ ବୋଲି କୁହାଯାଉଛି
କିନ୍ତୁ ସୁରକ୍ଷା ଗ୍ୟାରେଣ୍ଟି ବିନା ଡିଲ ଅନୁମତି ଦେବାକୁ ରାଜି ନାହାଁନ୍ତି ଜେଲେନସ୍କି
ଦୁଇ ସପ୍ତାହ ମଧ୍ୟରେ ଡିଲ ନେଇ ସୂଚନା ମିଳିଛି
ଚୁକ୍ତି ଦ୍ବାରା କୀଭରେ ସବୁ ପ୍ରକାରରେ ନିବେଶ ପାଇଁ ଅନୁମତି ଦେବ ୟୁକ୍ରେନ
ଏଥିପାଇଁ ନାଟୋ ସଙ୍ଗଠନର ସଦସ୍ୟତା ଦାବି କରିଛି ୟୁକ୍ରେନ
ଆବଶ୍ୟକ ପଡିଲେ ଇସ୍ତଫା ଦେବାକୁ ରାଜି ଅଛନ୍ତି ଜେଲେନସ୍କି
କିନ୍ତୁ ୟୁକ୍ରେନକୁ ନାଟୋ ସଦସ୍ୟ ମିଳିଲେ ଭୟଙ୍କର ଯୁଦ୍ଧର ଚେତାବନୀ ଦେଇଛନ୍ତି ପୁଟିନ
ସେପଟେ ଆମେରିକାକୁ ଖଣିଜସମ୍ପଦ ଦେବାକୁ ଅଫର ଦେଇଛି ରଷ
ୟୁକ୍ରେନଠୁ ଆମେରିକା ଚାହୁଥିବା ମିନେରାଲ ଦେବାକୁ ମସ୍କୋ ପ୍ରସ୍ତାବ ରଖିଛି
ଟ୍ରମ୍ପଙ୍କ ଉପରେ ନିଷ୍ପତ୍ତି
ମିନେରାଲ ନେଇ ୟୁକ୍ରେନ ସହ ଚୁକ୍ତି ଭିତରେ ଟ୍ରମ୍ପଙ୍କୁ ଅଫର ଦେଇଛି ଋଷ
ଡୋନାଲ୍ଡ ଟ୍ରମ୍ପଙ୍କ କ’ଣ ନିଷ୍ପତ୍ତି ନେଉଛନ୍ତି ସମସ୍ତଙ୍କର ନଜର ରହିଛି
ଋଷ ଦଖଲ କରିଥିବା ସବୁ ଅଞ୍ଚଳକୁ ମୁକ୍ତ କରିବାକୁ ୟୁକ୍ରେନ ଦାବି ରଖିଛି
ତିନି ବର୍ଷର ଯୁଦ୍ଧରେ ୟୁକ୍ରେନର ୨୦% ଅଞ୍ଚଳ ଦଖଲ କରିଛି ପୁଟିନ ସେନା
ଯୁଦ୍ଧ ବନ୍ଦ ପାଇଁ ଏସବୁ ଅଞ୍ଚଳକୁ ମୁକ୍ତ କରିବାକୁ ଦାବି କରିଛି ୟୁକ୍ରେନ
ୟୁକ୍ରେନରେ ଦଖଲ କରିଥିବା ଅଞ୍ଚଳ ଛାଡ଼ିବୁ ନାହିଁ କହିଛି ରୁଷ୍
ନିକଟରେ ଟ୍ରମ୍ପ ଜେଲେନସ୍କିଙ୍କୁ ଯୁଦ୍ଧର ଭିଲୟାନ କହିଥିଲେ
ଡିଲ ପରେ ଟ୍ରମ୍ପଙ୍କ ନିଷ୍ପତି ଉପରେ ସମସ୍ତଙ୍କର ନଜର ରହିଛି ।
ୟୁକ୍ରେନର ୧୩ଟି ଅଞ୍ଚଳରେ ରବିବାର ଭୟଙ୍କର ଆକ୍ରମଣ କରିଛି ଋଷ
ୟୁକ୍ରେନର ୫ଟି ଅଞ୍ଚଳରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/02/25/oXDIm39i26mau4o0rnWF.jpg)