କନକ ବ୍ୟୁରୋ: ୟୁକ୍ରେନ ସହ ଯୁଦ୍ଧବିରତି ପାଇଁ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତିନି ସର୍ତ୍ତ ରଖିଛନ୍ତି । ୟୁକ୍ରେନକୁ ପୂର୍ବ ଡନବାସ ଅଞ୍ଚଳର ସମସ୍ତ ଭାଗ ଛାଡ଼ିଦେବାକୁ କହିଛନ୍ତି ପୁଟିନ । ଏଥିସହ ନାଟୋରେ ଯୋଗଦେବାର ଆକାଂକ୍ଷାକୁ ତ୍ୟାଗ କରିବା ସର୍ତ୍ତ ରଖିଛନ୍ତି । ନିରପେକ୍ଷ ରହିବା ସହ ପଶ୍ଚିମ ଦେଶମାନଙ୍କର ସୈନ୍ୟଙ୍କୁ ନିଜ ଦେଶରୁ ଦୂରରେ ରଖିବାକୁ ସର୍ତ୍ତ ରଖିଛନ୍ତି । କ୍ରେମଲିନର ଉଚ୍ଚସ୍ତରୀୟ ତିନି ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ ରିପୋର୍ଟ କରିଛି । ଚାରି ବର୍ଷ ପରେ ଗତ ଶୁକ୍ରବାର ରୁଷ ରାଷ୍ଟ୍ରପତି ଆଲାସ୍କାରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ । ଯୁଦ୍ଧବିରତି ନେଇ ସେମାନେ ପ୍ରାୟ ତିନି ଘଣ୍ଟାର ବନ୍ଦ ବୈଠକରେ ନେଇ ଆଲୋଚନା କରିଥିଲେ । ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପରେ ପୁଟିନ କହିଥିଲେ ଯେ ଏହି ବୈଠକ ୟୁକ୍ରେନରେ ଶାନ୍ତିର ପଥ ଖୋଲିବ ବୋଲି ଆଶା କରାଯାଉଛି । କିନ୍ତୁ ଉଭୟ ନେତା ସେମାନେ କ’ଣ ଆଲୋଚନା କରିଥିଲେ ତାହାର ବିସ୍ତୃତ ବିବରଣୀ ଦେଇନଥିଲେ। ଏବେ ଏନେଇ ରିପୋର୍ଟ ସାମ୍ନାକୁ ଆସିଛି। ଯୁଦ୍ଧ ବିରତି ପାଇଁ ପୁଟିନ ତିନିଟି ସର୍ତ୍ତ ରଖିଥିବା କୁହାଯାଉଛି ।
ୟୁକ୍ରେନ୍ ସହ ଯୁଦ୍ଧବିରତି ପାଇଁ ପୁଟିନ ତିନି ସର୍ତ୍ତ
-ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟ୍ରମ୍ପଙ୍କୁ ତିନି ଦାବି ଜଣାଇଛନ୍ତି
-ୟୁକ୍ରେନକୁ ପୂର୍ବ ଡନବାସ ଅଞ୍ଚଳର ସମସ୍ତ ଭାଗ ଛାଡ଼ିଦେବାକୁ କହିଛନ୍ତି ପୁଟିନ
-ୟୁକ୍ରେନକୁ ନାଟୋରେ ଯୋଗଦେବାର ଆକାଂକ୍ଷାକୁ ତ୍ୟାଗ କରିବା ସର୍ତ୍ତ ରଖିଛନ୍ତି
-ପଶ୍ଚିମ ଦେଶମାନଙ୍କର ସୈନ୍ୟଙ୍କୁ ୟୁକ୍ରେନରୁ ଦୂରରେ ରଖିବାକୁ ସର୍ତ୍ତ ରଖିଛନ୍ତି
-କ୍ରେମଲିନର ଉଚ୍ଚସ୍ତରୀୟ ତିନି ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି
-ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରୟଟର୍ସ ରିପୋର୍ଟ ପ୍ରକାଶ କରିଛି
-ଚାରି ବର୍ଷ ପରେ ଗତ ଶୁକ୍ରବାର ଆଲାସ୍କାରେ ଟ୍ରମ୍ପଙ୍କୁ ଭେଟିଥିଲେ ପୁଟିନ
-ଯୁଦ୍ଧବିରତି ନେଇ ସେମାନେ ପ୍ରାୟ ତିନି ଘଣ୍ଟାର ଆଲୋଚନା କରିଥିଲେ
-କିନ୍ତୁ ଉଭୟ ନେତା କ’ଣ ଆଲୋଚନା କରିଥିଲେ, ବିସ୍ତୃତ ବିବରଣୀ ଦେଇନଥିଲେ
-ଏବେ ଯୁଦ୍ଧ ବିରତି ପାଇଁ ପୁଟିନ ତିନିଟି ସର୍ତ୍ତ ରଖିଥିବା କୁହାଯାଉଛି