କନକ ବ୍ୟୁରୋ: ଗୋଟେ ପଟେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବା ନେଇ କଥା ବାର୍ତ୍ତା ଚାଲିଥିବା ବେଳେ ୟୁକ୍ରେନ ରୁଷ ଉପରେ କରିଛି ବଡ ଆକ୍ରମଣ । ଏମିତିକି ୟୁକ୍ରେନ୍- ରୁଷ୍ ମଧ୍ୟରେ ଯୁଦ୍ଧବିରତି ନିମନ୍ତେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ ଜାରି ରଖିଛନ୍ତି । କିନ୍ତୁ ଉଭୟ ଦେଶ ପରସ୍ପର ଉପରକୁ ଘାତକ ଆକ୍ରମଣ ଜାରି ରଖିଛନ୍ତି । ରୁଷ୍ର ଆଣବିକ ବୋମାବର୍ଷୀ ବିମାନ ଥିବା ଘାଟି ଉପରେ ୟୁକ୍ରେନ ଡ୍ରୋନ୍ ଆକ୍ରମଣ କରିଛି । ଏହି ଘାଟିଟି ରୁଷ୍-ୟୁକ୍ରେନ ସୀମାଠାରୁ ପ୍ରାୟ ୭୦୦ କିମି ଦୂରରେ ଅବସ୍ଥିତ। ଆକ୍ରମଣ ଯୋଗୁଁ ଆକାଶରେ ବହୁ ଉଚ୍ଚ ପର୍ଯ୍ୟନ୍ତ ନିଆଁ ଓ ଧୂଆଁ ଦେଖିବାକୁ ମିଳିଛି । ନିକଟରେ ଥିବା କେତେକ ଘର ସହିତ ହସ୍ପିଟାଲ ଆଦି କ୍ଷତିଗ୍ରସ୍ତ ହୋଇଛି ।
ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ କିଛି ଦିନ ହେବ ଚାଲିଛି ଘନଘନ ଆଲୋଚନା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଜାରି ରଖିଥିଲେ । ଆଲୋଚନା ଭିତରେ ୟୁକ୍ରେନ ରୁଷ ଉପରେ କରିଛି ବଡ ଆକ୍ରମଣ । ୟୁକ୍ରେନର ଟାର୍ଗେଟରେ ଥିଲା ରୁଷର ଷ୍ଟ୍ରାଟେଜିକ୍ ବିମାନ ଘାଟି । ଆକ୍ରମଣରେ ଏହି ଘାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ବୋଲି ୟୁକ୍ରେନର ଦାବି କରିଛି । ଆକ୍ରମଣ ଏତେ ଭୟଙ୍କର ଥିଲା ଯେ,୭୦୦କିମି ଦୂରରେ ଥିବା ରୁଷ୍ ଏୟାରବେସ୍ ନିଆଁ ଲାଗିଥିଲା ,ରୁଷ କହିଛି ୧୩୨ୟୁକ୍ରେନ ଡ୍ରୋନକୁ ନଷ୍ଟ କରାଯାଇଛି । ସାରାଟୋଭ୍ର ଗଭର୍ଣ୍ଣର କହିଛନ୍ତି, ଏଞ୍ଜେଲ୍ସ ସହରରେ ଡ୍ରୋନ୍ ମାଡ଼ ଫଳରେ ଏୟାରଫିଲ୍ଡରେ ନିଆଁ ଲାଗିଯାଇଥିଲା ଏବଂ ଆଖପାଖର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଅନ୍ୟପଟେ ଚୁପ ବସିନି ରୁଷ, ୟୁକ୍ରେନକୁ ଜବାବ ଦେଇଛନ୍ତି ପୁଟିନ୍ । ସଂଧ୍ୟା ସମୟରେ ରୁଷ ୟୁକ୍ରେନର ପ୍ରମୁଖ ସହର ଉପରେ ବଡ ଧରଣର ଡ୍ରୋନ ଆକ୍ରମଣ କରିଛି ।
ରାଷ୍ଟ୍ରପତି ଜେଲେନସ୍କି ସୋସିଆଲ ମିଡିଆରେ ଲେଖିଛନ୍ତି, ଦୁଇଶହରୁ ଅଧିକ ଡ୍ରୋନ ଆକ୍ରମଣ କରିଛି ରୁଷ ଯେଉଁଥିରେ ଗାଇଡେଡ୍ ଏରିଆଲ ବୋମାର ବ୍ୟବହାର କରାଯାଇଥିଲା । ଓଡେସା, ଜାପୋରିଝିଆ, ସୁମି, କିଭ୍ କୁ ଟାର୍ଗେଟ କରିଛି ରୁଷ । ବଡ ବଡ ସପିଂ ମଲ ଓ କୋଠା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ରାଷ୍ଟ୍ରପତି ଜେଲେନସ୍କି ସୂଚନା ଦେଇଛନ୍ତି । ୟୁକ୍ରେନର ଆକ୍ରମଣ ରୁଷ ଏୟାରବେସ ଉପରେ ପ୍ରଥମ ନୁହେଁ, ୟୁକ୍ରେନ ୨୦୨୨ରୁ ଆକ୍ରମଣ କରିଆସୁଛି । ସୂଚନା ଅନୁସାରେ ୟୁକ୍ରେନର ଡ୍ରୋନ ଆକ୍ରମଣ ସମୟରେ ଘାଟିରେ ଗାଇଡେଡ୍ ବମ୍ ଓ ମିସାଇଲ ରଖାଯାଇଥିଲା ଯେଉଁଥିପାଇଁ ୟୁକ୍ରେନ ଏହି ଘାଟିକୁ ଟାର୍ଗେଟ କରିଥିଲା । ପ୍ରତିଉତ୍ତରରେ ରୁଷ ମଧ୍ୟ କରିଛି କାଉଣ୍ଟର ଆଟାକ୍ ଆଉ ଲାଗୁଛି ଆଗକୁ ଏ ଯୁଦ୍ଧ ଉଗ୍ର ରୁପ ନେବ ।