କନକ ବ୍ୟୁରୋ: ୟୁକ୍ରେନ ଉପରେ ଋଷିଆର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ । ଦୁଇ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃ୍ତ୍ୟୁ, ଏକାଧିକ ଆହତ । ଯୁଦ୍ଧବିରତି ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଭିତରେ ପୁଟିନ ସେନା ବଡ଼ ଆକ୍ରମଣ କରିଛି । ଏହା ଋଷର ସବୁଠୁ ବଡ଼ ଡ୍ରୋନ ଆକ୍ରମଣ ବୋଲି କୁହାଯାଉଛି । ଋଷର ଏଭଳି ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି କ୍ଷୋଭ ପ୍ରକାଶ କରିଛନ୍ତି । ଟ୍ରମ୍ପ ପୁଟିନଙ୍କୁ ପାଗଳ ବୋଲି କହିବାକୁ ପଛାଇ ନାହାନ୍ତି । ଟ୍ରମ୍ପ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପୁଟିନଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । କିନ୍ତୁ ତାଙ୍କ ସହ କିଛି ଘଟିଛି । ଯେଉଁଥିପାଇଁ ସେ ପାଗଳ ଭଳି କାର୍ଯ୍ୟ କରୁଛନ୍ତି । ଅନାବଶ୍ୟକ ଭାବେ ଲୋକଙ୍କୁ ହତ୍ୟା କରୁଛନ୍ତି । ବିନା କାରଣରେ ୟୁକ୍ରେନ୍ ସହର ଉପରେ ଋଷ ମିସାଇଲ୍ ଓ ଡ୍ରୋନରେ ଆକ୍ରମଣ କରିଛି ବୋଲି କହିଛନ୍ତି ଟ୍ରମ୍ପ । କଏଦୀ ଅଦଳବଦଳ ଚୁକ୍ତି ଅନୁଯାୟୀ ଦୁଇ ଦେଶ ବନ୍ଧକ ଥିବା ହଜାର ଲେଖାଏଁ ସୈନିକ ଏବଂ ନାଗରିକଙ୍କ ପରଷ୍ପର ଦେଶକୁ ଛାଡିଛନ୍ତି। ଆଉ ଏହା ପରେ ଋଷର ଏଭଳି ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରମ୍ପ ।

Advertisment

ୟୁକ୍ରେନ୍ ଉପରେ ଋଷିଆର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ 
ଦୁଇ ଶିଶୁଙ୍କ ସହ ୧୩ ଜଣଙ୍କ ମୃ୍ତ୍ୟୁ
ଯୁଦ୍ଧବିରତି ନେଇ ଆଲୋଚନା ଭିତରେ ପୁଟିନ ସେନାର ବଡ଼ ଆକ୍ରମଣ
ଏହା ଋଷର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ ବୋଲି କୁହାଯାଉଛି
ଋଷର ଏଭଳି ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତିଙ୍କ କ୍ଷୋଭ 
ଟ୍ରମ୍ପ ପୁଟିନଙ୍କୁ ପାଗଳ ବୋଲି କହିବାକୁ ପଛାଇ ନାହାନ୍ତି 
ପୁଟିନ୍ ପାଗଳ ଭଳି କାର୍ଯ୍ୟ କରୁଛନ୍ତି କହିଲେ ଡୋନାଲ୍ଡ ଟ୍ରମ୍ପ
ଅନାବଶ୍ୟକ ଭାବେ ଲୋକଙ୍କୁ ହତ୍ୟା କରୁଛନ୍ତି ପୁଟିନ୍
ବିନା କାରଣରେ ୟୁକ୍ରେନରେ ଋଷ ମିସାଇଲ୍ ଓ ଡ୍ରୋନରେ ଆକ୍ରମଣ କରିଛି
ଦୁଇ ଦେଶ ମଧ୍ୟରେ କଏଦୀ ଅଦଳବଦଳ ପରେ ଋଷର ଆକ୍ରମଣ
ବନ୍ଧକ ଥିବା ହଜାର ଲେଖାଏଁ ସୈନିକ ଏବଂ ନାଗରିକ ପରସ୍ପର ଦେଶକୁ ଛାଡିଛନ୍ତି
ଏହା ପରେ ଋଷର ଏଭଳି ଆକ୍ରମଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଟ୍ରମ୍ପ