ୟୁକ୍ରେନ ଉପରେ ରୁଷର ବଡ଼ ଆକ୍ରମଣ:  ୫୪୦ ଡ୍ରୋନ୍, ୪୫ରୁ ଅଧିକ ମିସାଇଲ ମାଡ଼

କ୍ରେମଲିନର ତାଣ୍ଡବରେ ଛାରଖାର ଜାପୋରଝିଆ ସହର ।

ରାତି ଅଧରେ ରାଗ ଶୁଝାଇଲା ରୁଷ୍‌

ରାତି ଅଧରେ ରାଗ ଶୁଝାଇଲା ରୁଷ୍‌ Photograph: (KanakNews)

କନକ ବ୍ୟୁରୋ;  ୟୁକ୍ରେନ ଉପରେ ରୁଷ ବଡ଼ ଆକ୍ରମଣ । ଜଣଙ୍କ ମୃତ୍ୟୁ ସହ ୨୪ଜଣ ଗମ୍ଭୀରଭାବେ  ଆହାତ ହୋଇଛନ୍ତି । ଆହାତଙ୍କ ମଧ୍ୟରେ ୩ଜଣ ଶିଶୁ ଅଛନ୍ତି । କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ଯୋଗୁଁ ଅନେକ ସହରର କୋଠା ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ଏହି ଆକ୍ରମଣ 14ଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିଲା।

ୟୁକ୍ରେନ ଉପରେ ୫୪୦ ଡ୍ରୋନ ଓ ୪୫ ମିସାଇଲ ମାଡ କରିଛି ।ଜାପୋରିଝିଆ ସହର ଆକ୍ରମଣରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି । ଜେଲେନ୍ସକି ଅନ୍ତର୍ଜାତୀୟ ସମୁଦାୟକ ନିବେଦନ କରିଛନ୍ତି ଯେ ରୁଷ ବିରୁଦ୍ଧରେ କେବଳ ବୟାନ କାମ କରିବ ନାହିଁ, ବରଂ, ବ୍ୟାଙ୍କିଙ୍ଗ୍ ଏବଂ ଶକ୍ତି କ୍ଷେତ୍ର ଉପରେ କଠୋର କଟକଣା ଲାଗୁ କରିବାକୁ ପଡିବ  ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ଶାନ୍ତି ଆଲୋଚନା ପାଇଁ ପ୍ରୟାସ ସ୍ଥଗିତ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe