କନକବ୍ୟୁରୋ : ଜଳ,ଡିଜିଟାଲ ଷ୍ଟ୍ରାଇକ ସାଙ୍ଗକୁ ପାକିସ୍ତାନ ପାଇଁ ଏୟାରସ୍ପେଶ ବନ୍ଦ କରିଛି ଭାରତ । ଏଥିସହ ସମସ୍ତ ପ୍ରକାର ଆମଦାନୀ ଓ ରପ୍ତାନୀ ମଧ୍ୟ ବନ୍ଦ କରିଛି ଭାରତ । ଆଗକୁ ଆତଙ୍କୀସ୍ତାନ ଉପରେ ଅର୍ଥନୀତି ପ୍ରହାର ।
ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଅଧ୍ୟକ୍ଷକଙ୍କୁ ସାକ୍ଷାତ କରି ପାକିସ୍ତାନକୁ ଆର୍ଥିକ ସହାୟତା କରିବାକୁ ଦାବି କରିଛନ୍ତି ଭାରତୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯେଉଁ ଦେଶ ଆତଙ୍କବାଦକୁ ଶରଣ ଦିଏ ବା ପ୍ରଶୟ ଦିଏ ସେଭଳି ଦେଶକୁ କୌଣସି ପ୍ରକାର ଆର୍ଥିକ ସହାୟତା ଦେବା ଉଚିତ ନୁହେଁ ବୋଲି ଭାରତ ଯୁକ୍ତି ବାଢିଛି ।
ଖରାପ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନକୁ ଏଡିବି ଓ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ଆର୍ଥିକ ସହାୟତା କରିଥାଏ । ଏହି ଅର୍ଥ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ସୁଧାରିବାକୁ,ରାସ୍ତା ନିର୍ମାଣ ଓ ବିଦ୍ୟୁତ ସୁବିଧାରେ ସାଧାରଣ ଭାବରେ ବ୍ୟବହାର କରାଯାଏ । ଏଥିସହ ପାକିସ୍ତାନକୁ ଏଫଏଟିଏଫର ଗ୍ରେ ଲିଷ୍ଟର ସାମିଲ କରିବାକୁ ଭାରତ ଦାବି କରିଛି । ଏଥିସହ ଆଇଏମଏଫଠୁ ପାଉଥିବା ୭ ଆରବ ଡଲାର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ଭାରତ ।