କନକ ବ୍ୟୁରୋ:  ଆଧୁନିକ ଯୁଗରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଅନେକ ଉନ୍ନତି କରିଥିଲେ ମଧ୍ୟ ଦୁନିଆର କିଛି ଅଞ୍ଚଳରେ ଅଜବ ବିଶ୍ୱାସ ଏବଂ ଅନ୍ଧବିଶ୍ୱାସର ପ୍ରଭାବ ଏବେ ବି ଦେଖିବାକୁ ମିଳେ।  ରୁଷିଆରୁ ଆସିଥିବା ଏକ ଖବର ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ନିଜର ଆତ୍ମାକୁ ୩୩ କୋଟି ଟଙ୍କାରେ ବିକ୍ରି କରିଥିବା ଦାବି କରିଛନ୍ତି ଏବଂ ଏହି ଚୁକ୍ତିପତ୍ର ରକ୍ତରେ ଲେଖାଯାଇଥିବା କୁହାଯାଉଛି । ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

Advertisment

ସୂଚନାମୁତାବକ,  ରୁଷିଆର ଜଣେ ମହିଳା, ଯାହାର ନାମ ପ୍ରକାଶ କରାଯାଇ ନାହିଁ, ସେ ଦାବି କରିଛନ୍ତି ଯେ ସେ ନିଜର ଆତ୍ମାକୁ ୩୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ଚୁକ୍ତିନାମା ଏକ ସାଧାରଣ କାଗଜପତ୍ର ନୁହେଁ, ବରଂ ନିଜ ରକ୍ତରେ ଲେଖାଯାଇଛି । ମହିଳା ଜଣକ ନିଜର ଏହି ରକ୍ତରେ ଲେଖାଯାଇଥିବା ଚୁକ୍ତିନାମାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି, ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ  ଋଷ୍‌ର ସୋସିଆଲ ମିଡ଼ିଆ ପ୍ଲାଟପର୍ମରେ ଦିମିତ୍ରି ନାମକ ଜଣେ ବ୍ୟକ୍ତି  ମଜାକିଆ ଢ଼ଙ୍ଗାର  ଏକ  ପୋଷ୍ଟ କରିଥିଊେ । ସ. ଏହି  ପୋଷ୍ଟରେ ଲେଖିଥିଲେ ଯେ, ସେ କହାର ଆତ୍ମା କିଣିବାକୁ  ଚାହୁଛନ୍ତି । ପ୍ରଥମେ ପ୍ରଥମେ ଏହି ପୋଷ୍ଟକୁ  ମଜାରେ  ନିଆଯାଇଥିଲା ।  କିନ୍ତୁ ପରେ  କରୀନା ନାମକ ମହିଳା ଏହି ପୋଷ୍ଟକୁ ଗମ୍ଭୀରତାର ସହ ନେଇ  ନିଜ ଆତ୍ମା ବିକ୍ରି କରିବାକୁ ପ୍ରସ୍ତୁତ ଥିବା  କହିଥିଲେ ।  

ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ଡିଲ୍‌ ହୋଇଥିଲା ।  ଚୁକ୍ତିନାମାରେ  ରକ୍ତରେ ଲେଖା ହୋଇଥିବା ସହ ରକ୍ତରେ ଦସ୍ତଖତ କରାଯାଇଥିଲା ।  ଏହାପରେ  ଦିମିତ୍ର ଏହି  ଖବରକୁ   ସୋସିଆଲ ମିଡିଆରେ ସେୟାର କରିଥିଲେ ।  ଆଉ  କ୍ୟାପ୍ସନରେ ଲେଖିଥିଲେ  ମୁଁ  ପ୍ରଥମ ଆତ୍ମା କିଣିଲି । ଏହା ରକ୍ତରେ ସ୍ୱାକ୍ଷରିତ ଏକ ଚୁକ୍ତି। ମୁଁ ଡେଭି ଜୋନ୍ସ ପରି ଅନୁଭବ କରୁଛି।"  କରିନା କହିଛନ୍ତି ଯେ ତାଙ୍କର ଏହି ଚୁକ୍ତି ପାଇଁ କୌଣସି ଅନୁତାପ ନାହିଁ। ଟଙ୍କା ତାଙ୍କ ଆକାଉଣ୍ଟରେ ଟଙ୍କା  ଜମା ହୋଇଥିଲା । ଆଉ ସେହି ଟଙ୍କାରେ  ଲାବୁବୁ କଣ୍ଢେଇ କିଣିବା ସହ  ପ୍ରସିଦ୍ଧ ଗାୟିକା ନାଡେଜଦା କାଡିଶେଭାଙ୍କ ଏକ କନସର୍ଟ ପାଇଁ ଟିକେଟ୍ କିଣିଥିଲେ । ଏପଟେ  ଦିମିତ୍ରୀ କହିଛନ୍ତି ଯେ ସେ ଏହି ପ୍ରସ୍ତାବକୁ ଏକ ମଜା ଭାବରେ ଦେଇଥିଲେ । ସେ ଆଶା କରିନଥିଲେ ଯେ ମହିଳା ଜଣକ ଏହାକୁ ଗମ୍ଭୀରତାର ସହ ନେବେ।  କିନ୍ତୁ  ବର୍ତ୍ତମାନ  ସେ ଭାବୁଛନ୍ତି ଯେ ସେ କିଣିଥିବା "ଆତ୍ମା" ସହିତ କଣ କରିବେ । 

 ଏହି ଖବର ସୋସିଆଲ୍ ମିଡିଆରେ ପ୍ରକାଶ ପାଇବା ପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଆସିଛି। କିଛି ଲୋକ ଏହାକୁ ପାଗଳାମି ବୋଲି କହୁଥିବା ବେଳେ, ଆଉ କିଛି ଲୋକ ଏହାକୁ ଏକ ପବ୍ଲିସିଟି ଷ୍ଟଣ୍ଟ ଭାବରେ ବିବେଚନା କରୁଛନ୍ତି । ଅନେକ  ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ତାଙ୍କୁ ମାନସିକ ଚିକିତ୍ସକଙ୍କ ପରାମର୍ଶ ନେବାକୁ ପରାମର୍ଶ ଦେଇଛନ୍ତି ।