କନକବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଜି ପୁଣି ରଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫୋନ୍ ଯୋଗେ କଥା ହୋଇଛନ୍ତି । ଆଲାସ୍କା ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ତିନିଦିନ ତଳେ ହୋଇଥିବା ଆଲୋଚନା ସମ୍ପର୍କରେ ମୋଦୀଙ୍କୁ ଜଣାଇଛନ୍ତି ପୁଟିନ ।  ୟୁକ୍ରେନ ସହ ଲାଗିଥିବା ବିବାଦର ଶାନ୍ତିପୂର୍ଣ୍ଣ ଆଲୋଚନା ସପକ୍ଷରେ ଭାରତ ଅଛି ଓ ଯାହା ଆବଶ୍ୟକ କରାଯିବ ବୋଲି ପୁଟିନଙ୍କୁ ମୋଦୀ ଜଣାଇଛନ୍ତି ।  ୟୁକ୍ରେନ- ରୁଷ ଯୁଦ୍ଧ ବନ୍ଦ ପାଇଁ ଆଲାସ୍କାରେ ଟ୍ରମ୍ପ ଓ ପୁଟିନ ଆଲୋଚନା କରିଥିଲେ ।  କିନ୍ତୁ ଯୁଦ୍ଧ ବନ୍ଦ ନେଇ କୌଣସି ସହମତି ହୋଇପାରିନାହିଁ । ଆଲାସ୍କା ବୈଠକ ପୂର୍ବରୁ ମଧ୍ୟ ପୁଟିନ ଓ ମୋଦୀ କଥା ହୋଇଥିଲେ। ଆଲାସ୍କା ବୈଠକ ପରେ ପରେ ପୁଣି ମୋଦୀ- ପୁଟିନଙ୍କ ଆଲୋଚନାକୁ ଗୁରୁତ୍ୱ ଦିଆଯାଉଛି ।