କନକ ବ୍ୟୁରୋ : ୩ବର୍ଷ ହେବ ଚାଲିଆସିଥିବା ଯୁଦ୍ଧରେ ବିରାମ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୋରଦାର ପ୍ରୟାସ କରୁଛନ୍ତି । ଉଭୟ ୟୁକ୍ରେନ୍ ଓ ଋଷ ରାଷ୍ଟ୍ରପତିଙ୍କୁ ଆଲୋଚନା କରି ଯୁଦ୍ଧ ବନ୍ଦ କରିବା ପାଇଁ ବାରମ୍ୱାର ବୁଝାଇଆସିଛନ୍ତି ଟ୍ରମ୍ପ । ଏହାରି ଭିତରେ ଯୁଦ୍ଧ ବନ୍ଦ ପାଇଁ ପ୍ରସ୍ତୁତ ହୋଇଥିଲା ଏକ ଚୁକ୍ତି ପତ୍ର । କିନ୍ତୁ ଏଥିରେ ପୁଣି କେଁ ପୁରାଇଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ ।
ରିପୋର୍ଟ ଆଧାରରେ, ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବା ଚୁକ୍ତିକୁ ସହମତି ଦେବା ପୂର୍ବରୁ ଦୁଇଟି ସର୍ତ୍ତ ରଖିଛନ୍ତି ପୁଟିନ୍ । ସେ ରଖିଥିବା ପ୍ରଥମ ସର୍ତ୍ତ ହେଉଛି, ୟୁକ୍ରେନକୁ ନାଟୋ ସଦସ୍ୟତା ଦିଆଯିବ ନାହିଁ । ଦ୍ୱିତୀୟ ସର୍ତ୍ତ ରହିଛି, ଋଷ ଦଖଲ କରିଥିବା କ୍ରିମିଆ ଏବଂ ୟୁକ୍ରେନର ଅନ୍ୟ ୪ଟି ଅଞ୍ଚଳକୁ ଅନ୍ତର୍ଜାତୀୟ ସ୍ୱୀକୃତି ଦେବା । ପୂର୍ବରୁ ବି ଏହି ଦାବି ଦୋହରାଇ ଆସିଛନ୍ତି ପୁଟିନ୍ । ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି, ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଏବେ କଣ କରିବେ ? ଅନେକ ଚାପ ଭିତରେ ଜେଲେନସ୍କି ଯୁଦ୍ଧବିରତି ସପକ୍ଷରେ ଅଛନ୍ତି, କିନ୍ତୁ ପୁଟିନଙ୍କ ଜିଦ୍ ବଡ ସମସ୍ୟା ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/03/13/CEpVTSBr6iCYHmctWiJc.jpg)