ବୁଡିଲା ରୁଷର କାର୍ଗୋ ଜାହାଜ ।  ମଝି ସମୁଦ୍ରରେ ହେଲା ବଡ଼ ବିସ୍ଫୋରଣ ।

Advertisment

୧୪ ଜଣ କ୍ରୁ ମେମ୍ବରଙ୍କୁ ଉଦ୍ଧାର କଲା ସ୍ପେନ୍ । ଦୁଇ ସଦସ୍ୟଙ୍କ ମିଳୁନି ପତ୍ତା ।

୧୪ ଜଣ କ୍ରୁ ମେମ୍ବରଙ୍କୁ ଉଦ୍ଧାର କଲା ସ୍ପେନ୍ । ଦୁଇ ସଦସ୍ୟଙ୍କ ମିଳୁନି ପତ୍ତା ।

world ୨୨

Photograph: (google)

କନକ ବ୍ୟୁରୋ:  ବୁଡିଲା ରୁଷର କାର୍ଗୋ ଜାହାଜ । ସ୍ପେନ୍ ଓ ଆଲଜେରିଆ ମଧ୍ୟରେ ଭୂମଧ୍ୟସାଗରରେ ରୁଷିଆର ଏକ ମାଲବାହୀ ଜାହାଜ ବୁଡ଼ିଯାଇଥିଲା ଏବଂ ଦୁଇ ଜଣ କ୍ରୁ ମେମ୍ବର ନିଖୋଜ ଥିଲେ । ସ୍ପେନର ମେରିଟାଇମ୍ ରେସ୍କ୍ୟୁ ଏଜେନ୍ସି ଏବଂ ରୁଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନାଅନୁସାରେ  ୧୪ ଜଣ କ୍ରୁ ମେମ୍ବରଙ୍କୁ ଲାଇଫ୍ ବୋଟ୍ ରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ସ୍ପେନ୍ ନିଆଯାଇଥିଲା । ରୁଷ୍ ମନ୍ତ୍ରଣାଳୟ କହିଛି  ଇଞ୍ଜିନ ରୁମ୍ ରେ ବିସ୍ଫୋରଣ ହେବା ପରେ ଜାହାଜଟି ବୁଡ଼ିବା ଆରମ୍ଭ କରିଥିଲା । ଜାହାଜରେ ଖାଲି କଣ୍ଟେନର ଏବଂ ଦୁଇଟି କ୍ରେନ୍ ଥିଲା ବୋଲି ସ୍ପେନ୍ କର୍ତ୍ତୃପକ୍ଷ କହିଛନ୍ତି । ଦୁର୍ଘଟଣାର କାରଣ ସେ ସ୍ପଷ୍ଟ କରିନାହାନ୍ତି ।

କିଛି ଦନି ତଳେ ଏକ ବିବୃତିରେ ଓବୋରୋନଲୋଗ୍ସିକା କହିଛି ଯେ ରୁଷିଆର ସୁଦୂର ପୂର୍ବ ସହର ଭ୍ଲାଦିଭୋସ୍ତୋକ ଅଭିମୁଖେ ଯାଉଥିବା ଏହି ମାଲବାହୀ ଜାହାଜରେ ୩୮୦ ଟନ୍ ଓଜନର ଦୁଇଟି କ୍ରେନ୍ ଥିଲା। ରୁଷିଆର ସରକାରୀ ନ୍ୟୁଜ୍ ଏଜେନ୍ସି ଆରଆଇଏ ନୋଭୋସ୍ତି ରିପୋର୍ଟ କରିଛି ଯେ ଉର୍ସା ମେଜର ୧୨ ଦିନ ତଳେ ସେଣ୍ଟ ପିଟର୍ସବର୍ଗ ଛାଡ଼ିଥିଲା । ରୁଷ ସେନାର ଲଜିଷ୍ଟିକ୍ ଫ୍ଲିଟ୍ ର ସବୁଠାରୁ ବଡ଼ ମାଲବାହୀ ଜାହାଜର ଇଞ୍ଜିନ୍ ରୁମ୍ ରେ ବିସ୍ଫୋରଣ ପରେ ଭୂମଧ୍ୟସାଗରରେ ଜାହାଜଟି ବୁଡ଼ି ଯାଇଥିଲା ।

ରୁଷ୍ ବୈଦେଶିକ ମନ୍ତ୍ରଣାଳୟ ନିଜ ୱେବସାଇଟରେ ଏକ ବିବୃତିରେ କହିଛି ଯେ ବିସ୍ଫୋରଣ ପରେ ଉର୍ସା ମେଜର ଅନ୍ତର୍ଜାତୀୟ ଜଳସୀମାରେ ହଜିଯାଇଥିଲା । ମନ୍ତ୍ରଣାଳୟ ର ସୂଚନା ଅନୁଯାୟୀ, ଦୁଇ ଜଣ କ୍ରୁ ମେମ୍ବର ନିଖୋଜ ଅଛନ୍ତି ଏବଂ ଅନ୍ୟ ୧୪ ଜଣଙ୍କୁ ଉଦ୍ଧାର କରି ସ୍ପେନର କାର୍ଟାଜେନା ବନ୍ଦରକୁ ନିଆଯାଇଛି । ତେବେ ବିସ୍ଫୋରଣର କାରଣ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କମ୍ପାନିର ୱେବସାଇଟ୍ ଅନୁଯାୟୀ, ଉର୍ସା ମେଜର ର କ୍ଷମତା ୧୨୦୦ ଟନ୍ ଥିବା ବେଳେ ଏହାର ଡେକ୍ ରେ ୧୨୦ଟି ଗାଡ଼ି ଫିଟ୍ ହୋଇପାରିବ । ସାମରିକ ଏବଂ ବେସାମରିକ ସାମଗ୍ରୀ ପରିବହନ କରୁଥିବା ରୁଷପ୍ରତିରକ୍ଷା ମନ୍ତ୍ରଣାଳୟର କମ୍ପାନି ଓବୋରୋଙ୍ଗସିକା ଦ୍ୱାରା ପରିଚାଳିତ ଏହା ସର୍ବବୃହତ ମାଲବାହୀ ଜାହାଜ ଥିଲା ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe