କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ପାଖାପାଖି ୩୪ ମାସ ହେବ ଲଗାତର ଯୁଦ୍ଧ ଲାଗି ରହିଛି । ଏହାରି ଭିତରେ ଉଭୟ ଦେଶର ହଜାର ହଜାର ସୈନ୍ୟଙ୍କ ମୃତ୍ୟୁ ହେବା ସହ ହଜାର ହଜାର କୋଟି ଟଙ୍କାର ଜାତୀୟ ଓ ଘରୋଇ ସମ୍ମତ୍ତି ନଷ୍ଠ ହୋଇଛି । ହେଲେ ଯୁଦ୍ଧରେ ଏବେ ଋଷ ଉପରେ ୟୁକ୍ରେନ ଭାରି ପଡିବା ଭଳି ଲାଗୁଛି । ରକେଟ ଆକ୍ରମଣ କରି ୟୁକ୍ରେନ ଯେଭଳି ଭାବେ ଋଷର ବଡ଼ ବଡ଼ କୋଠାକୁ ଧ୍ୱଂସ କରିଦେଲା ସେଥିରୁ ଅନୁମାନ କରାଯାଇପାରେ ଯେ, ନାଟୋ ଓ ଅନ୍ୟ କିଛି ଦେଶ ୟୁକ୍ରେନକୁ ସହାୟତାରେ କରିବାରେ ଲାଗିଛନ୍ତି । ହେଲେ ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ବୟାନ ପୁଣି ଏକ ନୂଆ ଯୁଦ୍ଧକୁ ଜନ୍ମ ଦେଇଛି ।
ଜେଲେନସ୍କି ତାଙ୍କ ବୟାନରେ କହିଛନ୍ତି କି, ଋଷ ତରଫରୁ ଯୁଦ୍ଧ ଲଢୁଥିବା ଉତ୍ତରକୋରିଆରର ସେନାଙ୍କ ମଧ୍ୟରୁ ୩ ହଜାର ସୈନିକଙ୍କର ମୃତ୍ୟୁ ହୋଇଛି । ଜେଲେନସ୍କି ଆଶା କରିଛନ୍ତି କି, ଏବେ ପୁଣି ଉତ୍ତରକୋରିଆ ଋଷକୁ କିଛି ସେନା ଓ ଯୁଦ୍ଧାସ୍ତ୍ର ପଠାଇପାରେ । ଜେଲେନସ୍କି କହିଛନ୍ତି କି, ଯେଭଳି ଭାବେ ଉତ୍ତରକୋରିଆ ଋଷକୁ ସହାୟତା କରୁଛି ତାହା ସାରା ବିଶ୍ୱ ଦେଖୁଛି । ହେଲେ ଦକ୍ଷିଣ କୋରିଆ ସେନା କହିଛି କି ଏହା ସ୍ପଷ୍ଟ ସଂକେତ ଦେଉଛି କି, ଉତ୍ତରକୋରିଆ ସୁଇସାଇଡ ଡ୍ରୋନ ସହିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସୈନିକ ଋଷକୁ ପଠାଇବାର ବନ୍ଦୋବସ୍ତ କରୁଛି ।