ukrin Photograph: (KanakNews )
କନକ ବ୍ୟୁରୋ : ଫେବ୍ରୁଆରି ୨୪, ୨୦୨୨ ୟୁକ୍ରେନ ଉପରେ ହଠାତ୍ ଆକ୍ରମଣ କରିଥିଲା ଋଷ। ଏହା ପରଠୁ ରବିବାର ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି ଋଷ। ଯୁଦ୍ଧକୁ ତୃତୀୟ ବର୍ଷ ପୁରିବା ଅବସରରେ ଏଭଳି ଆକ୍ରମଣ କରିଛି ପୁଟିନ ସେନା। ରବିବାର ରାତିରେ ଋଷ ୨୦୦ରୁ ଅଧିକ ଡ୍ରୋନ ଆକ୍ରମଣ କରିଥିବା ନେଇ କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦାମିର ଜେଲେନସ୍କି। ୟୁକ୍ରେନର ଖାର୍କିଭ, ପୋଲଟାଭା, ସୁମି, କିବ୍, ଚେର୍ନିହିଭ, ମାଇକୋଲିଭ ଓ ଓଡେସା ସମେତ ୧୩ଟି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି ।
୩ଟି ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ୫ଟି ଅଞ୍ଚଳରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି । ବିଶେଷ କରି ଭିତ୍ତିଭୂମିକୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଛି। ରାଷ୍ଟ୍ରପତି ବାଇଡେନଙ୍କ ସମୟରେ ଯେଉଁ ସହାୟତା ମିଳୁଥିଲା ସେସବୁ ବନ୍ଦ କରିଦେଇଛନ୍ତି ଟ୍ରମ୍ପ । ବାଇଡେନଙ୍କ ସମୟରେ ପିଡ଼ୀତ ଥିବା ୟୁକ୍ରେନକୁ ଟ୍ରମ୍ପଙ୍କ ଶାସନରେ ଭିଲିୟାନର ଆଖା ଦିଆଯାଇଛି ।
ଋଷ ନୁହେଁ ୟୁଯୁଦ୍ଧ ଆରମ୍ଭ କରିଥିବା କହିଛନ୍ତି ଟ୍ରମ୍ପ। ଟ୍ରମ୍ପଙ୍କ ସମାଲୋଚନା ଏବଂ ଋଷିଆର ଆକ୍ରମଣ ମଧ୍ୟରେ ବଡ଼ ବୟାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଦାମିର ଜେଲେନସ୍କି । କହିଛନ୍ତି, ଯଦି ୟୁକ୍ରେନକୁ ନାଟୋ ସଦସ୍ୟତା ଦିଆଯାଏ ତା’ହେଲେ ସେ ରାଷ୍ଟ୍ରପତି ପଦ ଛାଡ଼ିବାକୁ ପ୍ରସ୍ତୁତ। ଆମେରିକା ସରକାର ବଦଳିବା ପରେ ବ୍ୟାକଫୁଟରେ ପଡିଯାଇଛନ୍ତି ଜେଲେନସ୍କି । ଟ୍ରମ୍ପଙ୍କ ସମାଲୋଚନାକୁ ଦୃଷ୍ଟିରେ ରଖି ଜେଲେନସ୍କି ପ୍ରଥମ ଥର ପାଇଁ ପଦ ଛାଡ଼ିବା ନେଇ ବୟାନ ଦେଇଛନ୍ତି।
ତିନି ବର୍ଷର ଯୁଦ୍ଧରେ ୟୁକ୍ରେନର ୨୦% ଅଞ୍ଚଳ ଦଖଲ କରିଛି ଋଷ।
ଯୁଦ୍ଧ ବନ୍ଦ ପାଇଁ ଏସବୁ ଅଞ୍ଚଳକୁ ମୁକ୍ତ କରିବାକୁ ଦାବି କରିଛି ୟୁକ୍ରେନ
ୟୁକ୍ରେନରେ ଦଖଲ କରିଥିବା ଅଞ୍ଚଳ ଛାଡ଼ିବୁ ନାହିଁ ରୁଷ୍ ପକ୍ଷରୁ କୁହାଯାଇଛି
ନିକଟରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଯୁଦ୍ଧ ବନ୍ଦ ନେଇ ଫୋନରେ ଆଲୋଚନା ହୋଇଥିଲା। କିନ୍ତୁ ଏହା ପରେ ଋଷିଆର ଏଭଳି ଆକ୍ରମଣକୁ ନେଇ ୟୁକ୍ରେନର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Follow Us