ଉଗ୍ର ହେଉଛି ଋଷ-ୟୁକ୍ରେନ ଯୁଦ୍ଧ ; ଋଷର ଘନଘନ ମିସାଇଲ ମାଡ

Advertisment

ତୀବ୍ର ହେଲାଣି ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହର କ୍ରିଭିରିହ୍ ଉପରକୁ ଋଷର ମିଜାଇଲ୍ ମାଡୃ । ୯ ଶିଶୁଙ୍କ ସହ 18 ମୃତ । ଭିଡିଓ ଜାରି କରି ପୁଟିନଙ୍କୁ ବିଶ୍ବାସଘାତକ କହିଲେ, ବିଶ୍ବ ସମୁଦାୟକୁ ତୁରନ୍ତ ହସ୍ତକ୍ଷେପା ପାଇଁ ଜେଲନସ୍କିଙ୍କ ନିବେଦନ।

ତୀବ୍ର ହେଲାଣି ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହର କ୍ରିଭିରିହ୍ ଉପରକୁ ଋଷର ମିଜାଇଲ୍ ମାଡୃ । ୯ ଶିଶୁଙ୍କ ସହ 18 ମୃତ । ଭିଡିଓ ଜାରି କରି ପୁଟିନଙ୍କୁ ବିଶ୍ବାସଘାତକ କହିଲେ, ବିଶ୍ବ ସମୁଦାୟକୁ ତୁରନ୍ତ ହସ୍ତକ୍ଷେପା ପାଇଁ ଜେଲନସ୍କିଙ୍କ ନିବେଦନ।

Ukaine Attack

Ukaine Attack Photograph: (KanakNews)

କନକ ବ୍ୟୁରୋ: ପୁଣିଥରେ ୟୁକ୍ରେନରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର କେନ୍ଦ୍ରୀୟ ସହର କ୍ରିଭି-ରିହ ର ଏକ ଆବାସିକ ଅଞ୍ଚଳରେ ଋଷର କ୍ଷେପଣାସ୍ତ୍ର ଆକ୍ରମଣରେ ୯ ଶିଶୁଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ଅଧିକାରୀମାନେ କହିଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଆଞ୍ଚଳିକ ଗଭର୍ଣ୍ଣର କହିଛନ୍ତି ,ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହରରେ ହୋଇଥିବା ଆକ୍ରମଣରେ ଆବାସିକ ବ୍ଲକଗୁଡିକ କ୍ଷତିଗ୍ରସ୍ତ ହୋଇଛି ଏବଂ କିଛି ଘରେ ନିଆଁ ଲାଗିଛି । ୩ ମାସର ଶିଶୁ ସମେତ ୩୦ରୁ ଅଧିକ ଲୋକ ଡାକ୍ତରଖାନାରେ ଅଛନ୍ତି । ଏଥିରେ ଅତି କମରେ ୫୦ ଜଣ ଆହତ ହୋଇଥିବା ୟୁକ୍ରେନ ଜରୁରୀକାଳୀନ ସେବା ଅଧିକାରୀ କହିଛନ୍ତି କହିଛି ।

ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି , ଉଦ୍ଧାର କାର୍ଯ୍ୟ ବହୁତ ବିଳମ୍ବ ପର୍ଯ୍ୟନ୍ତ ଚାଲିଥିଲା, ମସ୍କୋ ଉପରେ ଅଧିକ ଚାପ ପକାଇବାକୁ ପଶ୍ଚିମଦେଶକୁ ଆହ୍ୱାନ ଦେଇଛନ୍ତି ଜେଲେନସ୍କି । ଅନ୍ୟପଟେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, କ୍ରିଭି- ରିହ୍ ଉପରେ ଆକ୍ରମଣ ଏକ ସାମରିକ ସମାବେଶକୁ ଟାର୍ଗେଟ କରି କରାଯାଇଥିଲା କିନ୍ତୁ ଏହାକୁ ୟୁକ୍ରେନ ସେନା "ମିଥ୍ୟା ସୂଚନା" ବୋଲି  କହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe