କନକ ବ୍ୟୁରୋ: ୟୁକ୍ରେନ ଉପରେ ଏକ ଇଣ୍ଟର-କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଆଇସିବିଏମ ମାଡ କରିଛି ରୁଷ। ଭ୍ଲାଦିମିର ପୁଟିନ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର ନୀତିରେ ପରିବର୍ତ୍ତନ ଆଣିବାର ଦିନକ ପରେ ଏହି ଆକ୍ରମଣ କରାଯାଇଛି। ରୁଷ ମିସାଇଲ ଉତକ୍ଷେପଣ କରିଥିବା ନେଇ ୟୁକ୍ରେନ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ୟୁକ୍ରେନ ବାୟୁସେନା ଏନେଇ ଏକ ବିବୃତ୍ତି ଜାରି କରି କହିଛି ଯେ, ୟୁକ୍ରେନ ଉପରେ ରୁଷ ଇଣ୍ଟର-କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ମାଡ଼ କରିଛି। କିନ୍ତୁ ଏହା କେଉଁ ପ୍ରକାର ଯୁଦ୍ଧାସ୍ତ୍ର କିମ୍ବା ଏହା ପରମାଣୁ ଅସ୍ତ୍ରଶସ୍ତ୍ର କି ନୁହେଁ ସେନେଇ ବାୟୁସେନା ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ଆଇସିବିଏମ ହେଉଛି ରୁଷ ଆଣବିକ ଅସ୍ତ୍ରଶସ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ, ଆମେରିକା ଦେଇଥିବା ବଡ଼ ବଡ଼ ମିସାଇଲକୁ ୟୁକ୍ରେନ ରୁଷ ବିରୋଧରେ ବ୍ୟବହାର କରିବ। ଏହାପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ନୀତିରେ ତୁରନ୍ତ ପରିବର୍ତ୍ତନ ଆଣି ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଥିଲେ। ଯଦି ଗୋଟିଏ ଆଣବିକ ଯୁଦ୍ଧାସ୍ତ୍ର ରାଷ୍ଟ୍ର ଅଣ ଆଣବିକ ଯୁଦ୍ଧାସ୍ତ୍ର ରାଷ୍ଟ୍ରକୁ ସମର୍ଥନ କରିବ, ତେବେ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ ପୁଟିନ।
ତେବେ ଗୋଟେପଟେ ରୁଷ ଆସିବିଏମ ମିସାଇଲରେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବଳେ ଅନ୍ୟପଟେ ରୁଷ ସରକାରୀ ମୁଖପାତ୍ରଙ୍କ ନିକଟକୁ ଆସିଥିଲା ଫୋନ କଲ । ଆକ୍ରମଣ ବାବଦରେ କିଛି ନକହିବାକୁ ମୁଖପାତ୍ରଙ୍କୁ ବାରଣ କରିଥବା ଏକ ଖବର ସାମ୍ନାକୁ ଆସୁଛି । ଆକ୍ରମଣ ପରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ ରୁଷ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜଖାରାବା । ଏହି ସମୟରେ ହଠାତ ଏକ ଫୋନ କଲ ଆସେ ଓ ଆକ୍ରମଣ ବାବଦରେ କିଛି ନକହିବାକୁ କୁହାଯାଇଥିଲା । ତେବେ ଏହି ସମୟରେ ମାରିଆ ମାଇକ ଅଫ କରିବାକୁ ଭୁଲି ଯାଇଥିବାରୁ କଥାଟି ପ୍ରଘଟ ହୋଇଥି