କନକ ବ୍ୟୁରୋ : ଲାଗୁଛି ଋଷ-ୟୁକ୍ରେନର ଯୁଦ୍ଧର ସମାଧାନ ବାହାରିବନି କି ଏ ଯୁଦ୍ଧର ଅନ୍ତ ଘଟିବ ନାହିଁ । ଯୁଦ୍ଧ ଭିତରେ ପୁଟିନଙ୍କ ଆଉ ଏକ ବଡ ପ୍ଲାନିଂ ,ଲାଗୁଛି ୨୦୨୫ ୟୁକ୍ରେନ ପାଇଁ ବଡ ବିପଦ ଆଣିବ ରୁଷ । ୨୦୨୫ ପାଇଁ ପ୍ରତିରକ୍ଷା ବଜେଟ ବଢାଉଛି ଋଷ । ବଜେଟ ବଢାଇବା ସହ ନୂଆ ଅସ୍ତ୍ରଶସ୍ତ୍ର ଉପରେ କାମ କରୁଛି ଋଷ, ଅର୍ଥାତ ବିକଶିତ କରୁଛି ଅସ୍ତ୍ର । ୟୁକ୍ରେନ ପାଇଁ ଯାହା ବଡ ବିପଦ ଆଣୁଛି । ଜାତୀୟ ପ୍ରତିରକ୍ଷା ପାଇଁ ୧୨୬ ବିଲିୟନ ଡଲାର ରଖିଛି ଋଷ । ପୂର୍ବ ବଜେଟ ତୁଳନାରେ ପ୍ରାୟ ୨୮ ବିଲିୟନ ଡଲାର ବୃଦ୍ଦି କରିଛି ଋଷ ।
ୟୁକ୍ରେନକୁ ଧ୍ବଂସ କରିବ ରୁଷ!
ୟୁକ୍ରେନ ଯୁଦ୍ଧ ମଧ୍ୟରେ ଋଷ ନିଜର ଶକ୍ତି ବଢ଼ାଉଛି
ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିପ୍ରି)ରିପୋର୍ଟରେ ପ୍ରକାଶ
ଋଷିଆର ପ୍ରମୁଖ ପ୍ରତିରକ୍ଷା କଂପାନିଗୁଡ଼ିକର ଆୟ ୪୦ ପ୍ରତିଶତ ବୃଦ୍ଧି ପାଇଛି
ଆମେରିକୀୟ ଓ ୟୁରୋପୀୟ ପ୍ରତିରକ୍ଷା କଂପାନିଗୁଡ଼ିକର ଆୟ ମାତ୍ର ୨.୫ ପ୍ରତିଶତ ଓ ୦.୨ ପ୍ରତିଶତ ବୃଦ୍ଧି
୨୦୨୩ରେ ବିଶ୍ୱ ପ୍ରତିରକ୍ଷା ଶିଳ୍ପର ହାରାହାରି ଆୟ ଅଭିବୃଦ୍ଧି ୪.୨ ପ୍ରତିଶତ
ଋଷ ଯୁଦ୍ଧକାଳୀନ ପରିସ୍ଥିତିରେ ଏହାର ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ପ୍ରଭାବଶାଳୀ ଭାବରେ ବଢ଼ାଇଛି
ୟୁକ୍ରେନରେ ଯୁଦ୍ଧକୁ ସମର୍ଥନ କରିବା ପାଇଁ ରୁଷ୍ ଦ୍ରୁତ ଗତିରେ ଅସ୍ତ୍ରଶସ୍ତ୍ର ବିକଶିତ କରୁଛି
ଋଷର ଆୟ ବଢ଼ିବା, ପାଶ୍ଚାତ୍ୟ ଦେଶପାଇଁ ଚିନ୍ତାର କାରଣ
ଋଷିଆର ଶୀର୍ଷ ପ୍ରତିରକ୍ଷା କଂପାନିଗୁଡ଼ିକର ମୋଟ ଆୟ ୨୫.୫ ବିଲିୟନ ଡଲାର
ଋଷ ନିଜର ଅର୍ଥନୈତିକ ଓ ଶିଳ୍ପ ସମ୍ବଳକୁ ପ୍ରଭାବଶାଳୀ ଭାବେ ପ୍ରସ୍ତୁତ କରିଛି
ଋଷର ଦୁଇଟି ପ୍ରମୁଖ କମ୍ପାନୀ ରୋଷ୍ଟେକ୍ ଏବଂ ୟୁନାଇଟେଡ୍ ଶିପ୍ ବିଲ୍ଡିଂ ଶ୍ରେଷ୍ଠ ୧୦୦ ପ୍ରତିରକ୍ଷା କମ୍ପାନି ମଧ୍ୟରେ ଅଛନ୍ତି ୨୦୧୪ରେ କ୍ରିମିଆକୁ ଅକ୍ତିଆର କରିବା ପରଠାରୁ ରୁଷ୍ ନିଜର ପ୍ରତିରକ୍ଷା ଉତ୍ପାଦନକୁ ଲୁଚାଇ ରଖିଛି
ବିଶ୍ୱକୁ ଏ ବିଷୟରେ ଅଧିକ ଜାଣିବାକୁ ଦେଇନାହିଁ ଯାହା ପାଶ୍ଚାତ୍ୟ ଦେଶପାଇଁ ଚ୍ୟାଲେଞ୍ଜ
ୟୁରୋପର ସ୍ଥିତି ମଧ୍ୟ ସନ୍ତୋଷଜନକ ନୁହେଁ
ଫ୍ରାନ୍ସର ଡାସଲ୍ଟ ଏଭିଏସନର ରାଫେଲ ବିମାନ ଅର୍ଡରରେ ୬୦ ପ୍ରତିଶତ ହ୍ରାସ
ୟୁକ୍ରେନ ଏହାର ପ୍ରତିରକ୍ଷା କ୍ଷେତ୍ରରେ ୭ ବିଲିୟନ ୟୁରୋ ନିବେଶ କରିଛି
୨୦୨୫ ସୁଦ୍ଧା ଏହାକୁ ତିନି ଗୁଣ କରିବାକୁ ଲକ୍ଷ୍ୟ ରଖିଛି -ୟୁକ୍ରେନ
ତେବେ ଋଷିଆର ଯୁଦ୍ଧ ଅର୍ଥନୀତି ଦୀର୍ଘକାଳୀନ ଭାବେ ସ୍ଥାୟୀ ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି
ଅର୍ଥନୈତିକ ପ୍ରତିବନ୍ଧକ ଏବଂ ଉଚ୍ଚ ସୁଧ ହାର ଯୋଗୁଁ ଋଷୀୟ ପ୍ରତିରକ୍ଷା କମ୍ପାନୀ କ୍ଷତିରେ ଚାଲୁଛି
ୟୁକ୍ରେନକୁ ଆବଶ୍ୟକ ସହାୟତା ଯୋଗାଉଛି ନାଟୋ ସହ ପାଶ୍ଚାତ୍ୟ ଦେଶ
ନିରାପତ୍ତା ଆହ୍ୱାନର ମୁକାବିଲା କରିବା ପାଇଁ ପାଶ୍ଚାତ୍ୟ ଦେଶ ଏବଂ ନାଟୋ ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରୁଛି