ପୁଟିନ୍‌ କହିଲେ ମୋଦୀ ସବୁଠୁ ବୁଦ୍ଧିମାନ ନେତା, ସେ ଭାରତର ଅପମାନ ସହ୍ୟ କରିବେ ନାହିଁ

Advertisment

ଭାରତର ଅପମାନ ସହ୍ୟ କରିବେ ନାହିଁ ମୋଦୀ, ଟ୍ରମ୍ପଙ୍କୁ ଏପରି ଚେତାବନୀ ଦେଲେ ପୁଟିନ୍‌

ଭାରତର ଅପମାନ ସହ୍ୟ କରିବେ ନାହିଁ ମୋଦୀ, ଟ୍ରମ୍ପଙ୍କୁ ଏପରି ଚେତାବନୀ ଦେଲେ ପୁଟିନ୍‌

‘ମୋଦୀ ସବୁଠୁ ବୁଦ୍ଧିମାନ’

‘ମୋଦୀ ସବୁଠୁ ବୁଦ୍ଧିମାନ’ Photograph: (KanakNews)

କନକ ବ୍ୟୁରୋ: ମୋଦୀଙ୍କୁ ଖୋଲା ମନରେ ତାରିଫ୍‌ କଲେ ଋଷ୍‌ର ରାଷ୍ଟ୍ରପତି ବ୍ଲାଦିମିର୍‌ ପୁଟିନ୍‌ । କହିଲେ  ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବୁଦ୍ଧିମାନ ନେତା ।  ମୋଦୀ ସବୁବେଳେ ନିଜ ଦେଶର ଉନ୍ନତି କଥା ଚିନ୍ତା କରିଥାନ୍ତି । ଜଣେ ଉନ୍ନତ ଚିନ୍ତାଧାରାର ନେତା ହେଉଛନ୍ତି ମୋଦୀ । ତେବେ ପୁଟିନ୍‌ ସୋଚିରେ ଭାଲଦାଇ ଆଲୋଚନା କ୍ଲବର ପୂର୍ଣ୍ଣ ଅଧିବେଶନରେ ଭାଷଣ ଦେବା ସମୟରେ ମୋଦୀଙ୍କୁ ଏପରି ଖୋଲା ମନରେ ପ୍ରଶଂସା କରିଥିଲେ । ପୂର୍ଣ୍ଣ ଅଧିବେଶନରେ ପୁଟିନ ଭାରତ ଏବ ଋଷ୍‌ ମଧ୍ୟରେ ନିବିଡ଼ ସମ୍ପର୍କ ବିଷୟରେ ପ୍ରକାଶ କରିଥିଲେ ।  ପୁଟିନ୍‌ ଆହୁରି ମଧ୍ୟ କହିଥିଲେ ଭାରତ ଏବଂ ଋଷ୍‌ ର ଲୋକମାନେ  ଦୁଇ ଦେଶର ନିବିଡ ବନ୍ଧୁତ୍ବକୁ ମଧ୍ୟ ଭୁଲିପାରିବେ ନାହିଁ । ସେ ଆହୁରି କହିଛନ୍ତି ଯେ ପ୍ରାୟ ୧୫ ବର୍ଷ ପୂର୍ବେ, ଆମେ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗୀତା ଘୋଷଣା କରିଥିଲୁ, ଏବଂ ଏହା ସର୍ବୋତ୍ତମ ଥିଲା ।

ଟ୍ରମ୍ପଙ୍କ ଟାରିଫ୍‌ କୁ ନେଇ ପୁଟିନ୍‌ କହିଥିଲେ ଯଦି ଭାରତ ରୁଷ ତେଲ କିଣିବା ବନ୍ଦ କରେ, ତେବେ ଏହା ୯ ରୁ ୧୦ ବିଲିୟନ ଡଲାରର ଆର୍ଥିକ କ୍ଷତି ସହିପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  କୌଣସି ବିଦେଶୀ ଚାପ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ସେ ବିଶ୍ୱାସ ମଧ୍ୟ ପ୍ରକାଶ କରିଥିଲେ ଏବଂ ଭାରତର ମର୍ଯ୍ୟାଦା ଏବଂ ରଣନୈତିକ ସ୍ୱାୟତ୍ତତାକୁ ସମର୍ଥନ କରିଥିଲେ ପୁଟିନ୍‌ ।  ତେବେ ଋଷ ଭାରତର ଏକ ପୁରୁଣା ଏବଂ ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ର । ଶୀତଳ ଯୁଦ୍ଧ ସମୟରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ସାମରିକ, ପ୍ରତିରକ୍ଷା, ଶକ୍ତି ଏବଂ ବୈଷୟିକ କ୍ଷେତ୍ରରେ ଦୃଢ଼ ସମ୍ପର୍କ ରହିଛି ।  ତେବେ, ପୁଟିନଙ୍କ ଏହି ବୟାନ ଟ୍ରମ୍ପଙ୍କୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ ଭାରତକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ । ସର୍ବଶେଷରେ, ପୁଟିନଙ୍କ ଏହି ବୟାନ ଋଷ-ଭାରତ ସମ୍ପର୍କର ଗଭୀରତା ଏବଂ ଆନ୍ତର୍ଜାତୀୟ ସ୍ତରରେ ଭାରତର ବଢୁଥିବା ପ୍ରଭାବକୁ ସ୍ପଷ୍ଟ ଭାବରେ ଦର୍ଶାଉଛି ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe