କନକ ବ୍ୟୁରୋ: ଅଢେଇ ବର୍ଷର ଯୁଦ୍ଧ ଭିତରେ ପ୍ରଥମ ଥର ସମାଧାନ ଚାହୁଁଛନ୍ତି ପୁଟିନ୍‌। ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଭାରତ, ଚୀନ କିମ୍ବା ବ୍ରାଜିଲ୍ ମଧ୍ୟସ୍ଥତା କଲେ ୟୁକ୍ରେନ୍‌- ରୁଷିଆ ମଧ୍ୟରେ ଯୁଦ୍ଧର ସମାଧାନ ହୋଇ ପାରିବ। 

ଏତେ ଦିନ ପରେ ପୁଟିନ୍‌ ବୁଝିପାରିଛନ୍ତି ଯେ, ଯୁଦ୍ଧରେ କାହାର ଲାଭ ହୁଏ ନାହିଁ। ରୁଷ୍‌-ୟୁକ୍ରେନ୍‌ ସମ୍ଭାବ୍ୟ ଶାନ୍ତି ଆଲୋଚନା ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁତ୍ୱପୂର୍ଣ୍ଣ ଘୋଷଣ କରିଛନ୍ତି। ଏହି ଶାନ୍ତି ଆଲୋଚନାରେ ଭାରତ, ଚୀନ୍ ଓ ବ୍ରାଜିଲ୍  ମଧ୍ୟସ୍ଥି ଭାବେ କାର୍ୟ୍ୟ କରିପାରିବେ ଏବଂ ଏଥିପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ପୁଟିନ୍‌ ନିଜର ବୟାନ ଜାରି କରିଛନ୍ତି।  ପୁଟିନ୍‌ କହିଛନ୍ତି , ଯେ ଯୁଦ୍ଧର ପ୍ରଥମ ସପ୍ତାହରେ ଇସ୍ତାନବୁଲରେ ହୋଇଥିବା ଆଲୋଚନାରେ ରୁଷିଆ ଏବଂ ୟୁକ୍ରେନର ଆଲୋଚନାକାରୀଙ୍କ ମଧ୍ୟରେ ଏକ ପ୍ରାଥମିକ ଚୁକ୍ତି ହୋଇଥିଲା।  ଆଗକୁ ହେବାକୁ ଥିବା ଶାନ୍ତି ଆଲୋଚନାରେ ଏହା ଏକ ଆଧାର ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ୟୁକ୍ରେନ ଗସ୍ତ କରିବାର କିଛିଦିନ ପରେ ପୁଟିନ୍‌ ଏହି ବୟାନ ଦେଇଥିବା ବେଳେ ଶାନ୍ତି ଆଲୋଚନା ନେଇ ନୂଆ ଦେଖାଦେଇଛି ।

ଶାନ୍ତି ଚାହୁଁଛନ୍ତି ପୁଟିନ!

- ଅଢ଼େଇ ବର୍ଷର ଯୁଦ୍ଧ ପରେ ଶାନ୍ତି ଚାହୁଁଛନ୍ତି ପୁଟିନ୍‌
- ଶାନ୍ତି ପାଇଁ ଭାରତ ଉପରେ ଭରସା କରିଛନ୍ତି ପୁଟିନ୍
- ଯୁଦ୍ଧ ସମାଧାନ ପାଇଁ ଭାରତ ମଧ୍ୟସ୍ଥତା କରିବାକୁ ପୁଟିନଙ୍କ ଇଚ୍ଛା
- ଭାରତ ସମେତ ଚୀନ୍‌ ଓ ବ୍ରାଜିଲ ମଧ୍ୟସ୍ଥତା କରିବାକୁ ଚାହୁଛନ୍ତି ପୁଟିନ୍‌ 
- ମୋଦୀ ଚାହିଁଲେ ଯୁଦ୍ଧର ଅନ୍ତ ସମ୍ଭବ କହିଲେ ପୁଟିନ୍
- ଅଢେଇ ବର୍ଷ ଧରି ଜାରି ରହିଛି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ
- ସପ୍ତାହକ ମଧ୍ୟରେ ୟୁକ୍ରେନ୍ ଦଖଲ ନେଇ ପୁଟିନ୍ କରିଥିଲେ ଯୋଜନା
- ଆମେରିକା ସାହାଯ୍ୟରେ ପ୍ରତିଆକ୍ରମଣ କରିପାରିଛି ୟୁକ୍ରେନ୍‌