କନକ ବ୍ୟୁରୋ : ୟୁକ୍ରେନ ଉପରେ ରୁଷର ବଡ ଆକ୍ରମଣ । ୟୁକ୍ରେନର ପ୍ରମୁଖ ସହର ଉପରେ ଜୋରଦାର ଆକ୍ରମଣ କରିଛି ରୁଷ । ମଧ୍ୟ ରାତ୍ରିରେ ରାଜଧାନୀ କିଭ ସମତେ ଅନ୍ୟ କିଛି ଅଂଚଳରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି ରୁଷ । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି , ଏହି ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଫୋନ କଥାବାର୍ତ୍ତା ସମୟରେ ଆରମ୍ଭ ହୋଇଥିଲା । ଜେଲେନସ୍କିଙ୍କ ଅନୁଯାୟୀ, ଏହି ଆକ୍ରମଣରେ ରୁଷିଆ ୫ଶହରୁ ଅଧିକ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରି ୟୁକ୍ରେନର ଶକ୍ତି ଭିତ୍ତିଭୂମି, ହସ୍ପିଟାଲ ଏବଂ ପରିବହନ ବ୍ୟବସ୍ଥାକୁ ଟାର୍ଗେଟ କରିଛି। ଜେଲେନସ୍କି କହିଛନ୍ତି , ପୁଟିନଙ୍କ କଥା ଏବଂ କାର୍ଯ୍ୟ ମଧ୍ୟରେ ବିରୋଧ ରହିଛି, ଯାହା ରୁଷିଆର ଯୁଦ୍ଧ ଏବଂ ଆତଙ୍କବାଦ ବନ୍ଦ କରିବାର କୌଣସି ଇଚ୍ଛା ନଥିବା ଦର୍ଶାଉଛି । ଜେଲେନସ୍କି ସ୍ପଷ୍ଟ କରିଛନ୍ତି ,ୟୁକ୍ରେନ କେବେ ବି ଅଧିକୃତ ଅଞ୍ଚଳକୁ ରୁଷର ବୋଲି ଗ୍ରହଣ କରିବ ନାହିଁ, ଏହା ରୁଷ ପାଇଁ ରେଡ ଲାଇନ।
ୟୁକ୍ରେନ ଉପରେ ପୁଣି ଋଷର ବଡ଼ ଆକ୍ରମଣ, ପୁଟିନଙ୍କ ସହ ଟ୍ରମ୍ପଙ୍କ ଆଲୋଚନା ପରେ ଅତର୍କିତ ଆକ୍ରମଣ ସୂଚନା
Advertisment
Follow Us