କନକ ବ୍ୟୁରୋ : ୟୁକ୍ରେନ ଉପରେ ରୁଷର ବଡ ଆକ୍ରମଣ । ୟୁକ୍ରେନର ପ୍ରମୁଖ ସହର ଉପରେ ଜୋରଦାର ଆକ୍ରମଣ କରିଛି ରୁଷ । ମଧ୍ୟ ରାତ୍ରିରେ ରାଜଧାନୀ କିଭ ସମତେ ଅନ୍ୟ କିଛି ଅଂଚଳରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି ରୁଷ ।  ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି , ଏହି ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଫୋନ କଥାବାର୍ତ୍ତା ସମୟରେ ଆରମ୍ଭ ହୋଇଥିଲା । ଜେଲେନସ୍କିଙ୍କ ଅନୁଯାୟୀ, ଏହି ଆକ୍ରମଣରେ ରୁଷିଆ ୫ଶହରୁ ଅଧିକ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରି ୟୁକ୍ରେନର ଶକ୍ତି ଭିତ୍ତିଭୂମି, ହସ୍ପିଟାଲ ଏବଂ ପରିବହନ ବ୍ୟବସ୍ଥାକୁ ଟାର୍ଗେଟ କରିଛି। ଜେଲେନସ୍କି କହିଛନ୍ତି , ପୁଟିନଙ୍କ କଥା ଏବଂ କାର୍ଯ୍ୟ  ମଧ୍ୟରେ ବିରୋଧ ରହିଛି, ଯାହା ରୁଷିଆର ଯୁଦ୍ଧ ଏବଂ ଆତଙ୍କବାଦ ବନ୍ଦ କରିବାର କୌଣସି ଇଚ୍ଛା ନଥିବା ଦର୍ଶାଉଛି । ଜେଲେନସ୍କି ସ୍ପଷ୍ଟ କରିଛନ୍ତି ,ୟୁକ୍ରେନ କେବେ ବି ଅଧିକୃତ ଅଞ୍ଚଳକୁ ରୁଷର ବୋଲି ଗ୍ରହଣ କରିବ ନାହିଁ, ଏହା ରୁଷ ପାଇଁ ରେଡ ଲାଇନ।