କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଋଷ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧରେ ବିରାମ ଲାଗିପାରେ । କାରଣ ୟୁକ୍ରେନ ସହ ସାମ୍ନାସାମ୍ନି କଥା ହେବା ପାଇଁ ପ୍ରସ୍ତାବ ଦେଇଛି ଋଷ୍ । ରାଷ୍ଟ୍ରପତି ପୁଟିନ୍ କହିଛନ୍ତି ଋଷ୍ ର ଇସ୍ତାନବୁଲ୍ରେ ୟୁକ୍ରେନ ସହ ସିଧା କଥାହେବା ପାଇଁ ପ୍ରସ୍ତାବ ଦେଉଛି । ଯାହାଦ୍ବାରା ସଂଘର୍ଷର ମୂଳ କାରଣ ଗୁଡିକୁ କମ୍ କରି ଦୀର୍ଘକାଳୀନ ସ୍ଥାୟୀ ଶାନ୍ତି ପୁନଃସ୍ଥାପିତ କରାଯାଇପାରିବ । ପୁଟିନ୍ ୧୫ ମେ’ କୁ ୟୁକ୍ରେନ ସହ ସାମ୍ନାସାମ୍ନି କଥା ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବର ଅର୍ଥ ଯୁଦ୍ଧକୁ ଶେଷ କରି ଶାନ୍ତି ସ୍ଥାପନ କରିବା । ପୁଟିନ୍ କହିଛନ୍ତି ୟୁକ୍ରେନ ଯାହା କହୁଛି ଆମ ପ୍ରସ୍ତାବ ତାହା ଉପରେ ଆଧାରିତ । ଆମ ପ୍ରସ୍ତାବ ତାଙ୍କ ସମ୍ମୁଖରେ । ଏବେ ୟୁକ୍ରେନୀୟ କର୍ତ୍ତୃପକ୍ଷ ଏବଂ ସେମାନଙ୍କର କ୍ୟୁରେଟ୍ର୍ସଙ୍କ ଉପରେ ନିର୍ଭର କରେ।
କୁହାଯାଉଛି ୟୁରୋପୀୟ ନେତା ପୁଟିନ୍ଙ୍କୁ ଚେତାବନୀ ଦେବା ଦ୍ବାରା ଯୁଦ୍ଧ ବିରାମ ଭଳି ନିଷ୍ପତ୍ତି ନିଆଯାଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥନରେ ୟୁରୋପୀୟ ଶକ୍ତି ଏକ ନିଃସର୍ତ୍ତ 30 ଦିନିଆ ଅସ୍ତ୍ରବିରତି ଉପରେ ଜୋର ଦେଇଥିଲା ଏବଂ ପୁଟିନଙ୍କୁ ଚେତାବନୀ ଦେଇଥିଲା ଯେ ଯଦି ସେ କିଛି ଦିନ ମଧ୍ୟରେ ସ୍ବିକାର ନକରନ୍ତି ତେବେ ତାଙ୍କ ଉପରେ ନୂଆ ପ୍ରତିବନ୍ଧକ ଲଗାଯିବ । ଏହାପରେ ଋଷ ଏଭଳି ନିଷ୍ପତ୍ତି ନେଇଥାଇପାରେ ବୋଲି ଆଲେଚନା ଚାଲିଛି ।