ଋଷ କଲା ଯୁଦ୍ଧ ବିରତି ଘୋଷଣା ; ୮ରୁ ୧୦ ଯାଏଁ କରିବନି ଆକ୍ରମଣ

Advertisment

ୟୁକ୍ରେନ ସହ ରୁଷର ଯୁଦ୍ଧ ବିରତି ଘୋଷଣା ।  ୮ରୁ ୧୦ ତାରିଖ ଯାଏ ଜାରି ରହିବ ଅସ୍ତ୍ର ବିରତି । ବିଜୟ ଦିବସ ପାଳନର ୮୦ ବର୍ଷ ପୂର୍ତ୍ତି ଅବସରରେ ଋଷ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ।  ୟୁକ୍ରେନ ଏହାର ଉଲ୍ଲଂଘନ କଲେ କଡ଼ା ଜବାବ ଦେବାକୁ ଚେତାବନୀ । 

ୟୁକ୍ରେନ ସହ ରୁଷର ଯୁଦ୍ଧ ବିରତି ଘୋଷଣା ।  ୮ରୁ ୧୦ ତାରିଖ ଯାଏ ଜାରି ରହିବ ଅସ୍ତ୍ର ବିରତି । ବିଜୟ ଦିବସ ପାଳନର ୮୦ ବର୍ଷ ପୂର୍ତ୍ତି ଅବସରରେ ଋଷ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ।  ୟୁକ୍ରେନ ଏହାର ଉଲ୍ଲଂଘନ କଲେ କଡ଼ା ଜବାବ ଦେବାକୁ ଚେତାବନୀ । 

ceasefire

ceasefire Photograph: (KanakNews)

କନକ ବ୍ୟୁରୋ:  ୟୁକ୍ରେନ ସହ ଯୁଦ୍ଧ ବିରତି ଘୋଷଣା କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମେ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଯୁଦ୍ଧ ବିରତି ଘୋଷଣା କରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଦିନ ମେ ୯ ତାରିଖରେ ଋଷର ବିଜୟ ଦିବସରେ ଏହି ଯୁଦ୍ଧ ବିରତି ଲାଗୁ ହେଉଛି । ୟୁକ୍ରେନକୁ ମଧ୍ୟ ଏହି ଅସ୍ତ୍ର ବିରତି ପାଳନ କରିବା ପାଇଁ କୁହାଯାଇଛି । ଯଦି ଅସ୍ତ୍ରବିରତି ଉଲ୍ଲଂଘନ ହୁଏ ତେବେ କଡ଼ା ଜବାବ ଦିଆଯିବ ବୋଲି ପୁଟିନ ଚେତାବନୀ ଦେଇଛନ୍ତି । ଆସନ୍ତା ମାସରେ ବିଜୟ ଦିବସ ପାଳନର ୮୦ ବର୍ଷ ପୂର୍ତ୍ତି ଅବସରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନରେ ଚାଲିଥିବା ସାମରିକ ଅଭିଯାନରେ ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି । 

ସୋମବାର ଅପରାହ୍ନରେ କ୍ରେମଲିନ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି , ମେ ୮ରୁ ମେ ୧୦ ତାରିଖ ଯାଏ ଅସ୍ତ୍ରବିରତି ଜାରି ରହିବ । ୟୁକ୍ରେନ ସଙ୍କଟର ମୂଳ କାରଣକୁ ଦୂର କରିବା ଏବଂ ଅନ୍ତର୍ଜାତୀୟ ସହଯୋଗୀଙ୍କ ସହ ଗଠନମୂଳକ ବାର୍ତ୍ତାଳାପ ଉଦ୍ଦେଶ୍ୟରେ ବିନା ସର୍ତ୍ତରେ ଶାନ୍ତି ଆଲୋଚନା ପାଇଁ ଋଷ ପୁଣି ଥରେ ଘୋଷଣା କରିଛି । ଅନ୍ୟପଟେ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ମଧ୍ୟ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରି ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ଆରମ୍ଭ କରିବା ନିମନ୍ତେ ପରିସ୍ଥିତିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe