କନକ ବ୍ୟୁରୋ: ରୁଷ-ୟୁକ୍ରେନ ଯୁଦ୍ଧ । ଆହୁରି ହେବ କି ଉଗ୍ର ? ଆହୁରି ହେବ କି ଭୟଙ୍କର । କାରଣ ଏଥରକ ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ଆଉ କେହି ନୁହେଁ ଉତ୍ତରକୋରିଆ ବଡ ଏଣ୍ଟ୍ରି ନେଇଛି । ନାଟୋ ଓ ୟୁକ୍ରେନର ଦାବିକୁ କିଛି ଦିନ ନପୁରୁଣୁ ମସ୍କୋରେ ପହଁଚିଲେଣି ୧୦ହଜାରରୁ ଅଧିକ ସୈନ୍ୟ । ତାଲିମ ନେବା ସହ ୟୁକ୍ରେନ ସେନାରେ ମୁତୟନ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ କୋରିଆ ଓ ନାଟୋ ଉଭୟ ଏହି ଦାବି କରୁଥିଲେ । ଏବେ ଏହାର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିଛି । ଯୁଦ୍ଧରେ ରୁଷକୁ ସହାୟତା ପାଇଁ ଉତର କୋରିଆର ସୈନ୍ୟ ମାନଙ୍କୁ ପ୍ରଥମେ ମସ୍କୋକୁ ପଠାଯିବା ପରେ ସେମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯାଇଛି । ନାଟୋ ସେକ୍ରେଟେରୀ ଜେନେରାଲ ମାର୍କ ରୁର୍ଟେ ଗଣମାଧ୍ୟମକୁ ସୂଚନା ଦେବାର କିଛି ଘଣ୍ଟା ପରେ ଏବେ ଖବର ସ୍ପଷ୍ଟ ହୋଇସାରିଛି
ରୁଷର ବଳ ବଢାଉଛି ଉତ୍ତରକୋରିଆ
ରୁଷ-ୟୁକ୍ରେନ ଯୁଦ୍ଧରେ ଉତ୍ତରକୋରିଆର ଏଣ୍ଟ୍ରି
ରୁଷକୁ ଉତ୍ତରକୋରିଆ ବଡ ସାମରିକ ସାହାଯ୍ୟ
୧୦ହଜାର ଉତ୍ତର କୋରିଆ ସୈନ୍ୟ ମସ୍କୋରେ ପହଁଚିଛନ୍ତି
୮ହଜାର ମିସାଇଲ ପଠାଇଲା ଉତ୍ତରକୋରିଆ
ୟୁକ୍ରେନ ବିରୋଧରେ ଲଢ଼ିବେ ଉତ୍ତରକୋରିଆ ସେନା
ତାଲିମ ପରେ ୟୁକ୍ରେନ ସୀମାରେ ମୁତୟନ କରାଯାଇଥିବା ସୂଚନା
ଯୁଦ୍ଧ ମଇଦାନକୁ ଓହ୍ଲାଉଛନ୍ତି କିମଜଙ୍ଗ ଉନଙ୍କ ସେନା
ପୁଟିନଙ୍କୁ ମିଳିଲା ତାନଶାହୀଙ୍କ ସାଥ୍
ମସ୍କୋରେ ଉତ୍ତରକୋରିଆ ବୈଦେଶିକମନ୍ତ୍ରୀ
ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ବ ଚିନ୍ତାରେ । ଏହା ଭିତରେ ଘାତକ ଯୁଦ୍ଧାସ୍ତ୍ର ସମ୍ପନ୍ନ ଦେଶ ଉତରକୋରିଆ ରୁଷକୁ ସାହାଯ୍ୟ କରିବା ଆଗକୁ ଯୁଦ୍ଧର ରୂପରେଖରେ ବଦଳାଇପାରେ । କେବଳ ସେତିକି ନୁହେଁ ରୁଷ ଆଗରେ ଦମ୍ଭ ହୋଇ ଛିଡା ହୋଇଥିବା ୟୁକ୍ରେନ ପାଇଁ କଷ୍ଟକର ହୋଇପାରେ ଆଗାମୀ ଦିନର ଲଢ଼େଇ ।
ଦୀର୍ଘ ଦୁଇବର୍ଷ ହେବ ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ପଶ୍ଚିମଦେଶ,ନାଟୋ ଓ ଆମେରିକା ୟୁକ୍ରେନ ସପକ୍ଷରେ ଥିବାବେଳେ ରୁଷକୁ ମଧ୍ୟ ଅନ୍ୟ କିଛି ଦେଶମାନଙ୍କ ସାହାଯ୍ୟ ମିଳୁଛି । ଏହା ଭିତରେ ପୁଟିନ ଓ କିମଜଙ୍ଗ ଊନଙ୍କ ବନ୍ଧୁତାକୁ ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା ଆଉ ଏବେ ରୁଷକୁ ଉତ୍ତରକୋରିଆର ସାମରିକ ସାହାଯ୍ୟ ଯୁଦ୍ଧକୁ ଅଧିକ ଉଗ୍ର କରିପାରେ ।
ଆମେରିକାର ଧମକକୁ କିମଜଙ୍ଗ ଉନଙ୍କ ବେଖାତିର
ସୈନ୍ୟ ମିସାଇଲ ପଠାଇଲେ, ଶକ୍ତିପ୍ରଦର୍ଶନ କଲେ
ସବୁଠୁ ବଡ କଥା ହେଉଛି ଚେତାବନୀ ସତ୍ବେ ଉତ୍ତରକୋରିଆ ରୁଷକୁ ସାହାଯ୍ୟ କରିବା ପରେ ଚିହିଁକି ଉଠିଛି ଆମେରିକା । ଧମକ ଦେଇ ଆମେରିକା କହିଥିଲା ଯଦି ରୁଷ ଯଦି ଉତ୍ତରକୋରିଆ ସାହାଯ୍ୟରେ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ଏହାର ପରିଣାମ ଭୟଙ୍କର ହେବ ।ଏପରିକି ସୈନ୍ୟମାନଙ୍କ ଶବକୁ ବ୍ୟାଗରେ ଭତ୍ତି କରି ମସ୍କୋକୁ ପଠାଯିବ ବୋଲି ପେଂଟାଗନ ଧମକ ଦେଇଛି
ଜୁନ ମାସରେ ଉତ୍ତରକୋରିଆକୁ ସିକ୍ରେଟ ଭିଜିଟ କରିଥିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏହି ସମୟରେ ଉଭୟ ଦେଶଙ୍କ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ମଧ୍ୟ ହୋଇଥିଲା ।ତେବେ ଯୁଦ୍ଧ ଭିତରେ ବନ୍ଧୁ ସାଜି ପୁଟିନଙ୍କୁ ସାହାଯ୍ୟ ପାଇଁ କିମଜଙ୍ଗ ଆଗେଇ ଆସିବା ବିଶ୍ବ ପାଇଁ ବଡ ବିପଦ ଆଣିପାରେ ।