ତୁରନ୍ତ ଯୁଦ୍ଧ ବନ୍ଦ କର ; ପାକିସ୍ତାନ-ଆଫଗାନିସ୍ତାନକୁ ରୁଷ,ଚୀନ ଓ ଇରାନର ଅପିଲ

Advertisment

ପାକିସ୍ତାନର ଏୟାରଷ୍ଟ୍ରାଇକରେ ତାଲିବାନର ଅନେକ ସେବା ମୃତାହତ ହୋଇଥିବା ବେଳେ ଆଫଗାନିସ୍ତାନ ମଧ୍ୟ ଡ୍ରୋନ୍ ଆକ୍ରମଣ ଜରିଆରେ ପାକିସ୍ତାନର ଅନେକ କ୍ଷୟକ୍ଷତି କରିଛି, ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପରସ୍ପର ସହ ଆଲୋଚନା କରି ଯୁଦ୍ଧ ବିରତି ପାଇଁ ଇରାନ, ରୁଷ ଓ ଚୀନ୍ ଉଭୟ ଦେଶକୁ ଅନୁରୋଧ କରିଛନ୍ତି ଏବଂ ଏହି ବିବାଦରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି ।

war

war Photograph: (kanak news)

କନକ ବ୍ୟୁରୋ : ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି । ପାକିସ୍ତାନର ଏୟାରଷ୍ଟ୍ରାଇକରେ ତାଲିବାନର ଅନେକ ସେବା ମୃତାହତ ହୋଇଥିବା ବେଳେ ଆଫଗାନିସ୍ତାନ ମଧ୍ୟ ଡ୍ରୋନ୍ ଆକ୍ରମଣ ଜରିଆରେ ପାକିସ୍ତାନର ଅନେକ କ୍ଷୟକ୍ଷତି କରିଛି, ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପରସ୍ପର ସହ ଆଲୋଚନା କରି ଯୁଦ୍ଧ ବିରତି ପାଇଁ ଇରାନ, ରୁଷ ଓ ଚୀନ୍ ଉଭୟ ଦେଶକୁ ଅନୁରୋଧ କରିଛନ୍ତି ଏବଂ ଏହି ବିବାଦରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ରୁଷିଆ ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏକ ବିବୃତ୍ତିରେ ଉଭୟ ଦେଶକୁ ସାମରିକ ଆକ୍ରମଣ ବନ୍ଦ କରି କୂଟନୈତିକ ଆଲୋଚନାକୁ ଫେରିବାକୁ ଅନୁରୋଧ କରିଛି। ଦୁଇ ଦେଶ ମଧ୍ୟରେ ହଠାତ୍ ହିଂସାତ୍ମକ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଏହି ଆବେଦନ ଆସିଛି। ସେହିପରି ଚୀନ୍ ଓ ଇରାନ ମଧ୍ୟ ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଉତ୍ତେଜନା ବୃଦ୍ଧି ନେଇ ଗଭୀର ଚିନ୍ତିତ, ଶୁକ୍ରବାର ଦିନ ଚୀନ୍ ର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଚୀନ୍ ଉଭୟ ଦେଶର ବିବାଦରେ ମଧ୍ୟସ୍ଥତା କରିବାକୁ ଇଚ୍ଛୁକ। ପରିସ୍ଥିତିକୁ ଥଣ୍ଡା କରିବାରେ ଚୀନ୍ ଏକ ଗଠନମୂଳକ ଭୂମିକା ଗ୍ରହଣ କରିପାରିବ। ଆଲୋଚନା ମାଧ୍ୟମରେ ଯଥାଶୀଘ୍ର ଯୁଦ୍ଧବିରତୀ କରାଯାଉ ବୋଲି ଇରାନ ମଧ୍ୟ ଅନୁରୋଧ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe