କନକ ବ୍ୟୁରୋ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଅଧିକ ତୀବ୍ର କରୁଛନ୍ତି ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ। କାର୍ଯ୍ୟରୁ ଅବ୍ୟାହତି ନେବା ପୂର୍ବରୁ ଦୁଇ ଦେଶ ମଧ୍ୟରେ ଲାଗିଥିବା ଉତ୍ତେଜନାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ବାଇଡେନ ଉଦ୍ୟମ କରୁଥିବା ତାଙ୍କ ପଦକ୍ଷେପରୁ ସ୍ପଷ୍ଟ ଜଣାପଡ଼ୁଛି। ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ କରିବାକୁ ୟୁକ୍ରେନ ଏବଂ ରୁଷକୁ ପରାମର୍ଶ ଦେଇଆସୁଥିବାବେଳେ ବାଇଡେନ କିନ୍ତୁ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ୟୁକ୍ରେନକୁ ଅନୁମତି ଦେଇଛନ୍ତି। ରୁଷ ଏହାକୁ ପୂର୍ବରୁ ବିରୋଧ କରିଆସୁଛି। ବର୍ତ୍ତମାନ ଯଦି ୟୁକ୍ରେନ ଆମେରିକାର ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରେ ତେବେ ଏହାକୁ ଯୁଦ୍ଧରେ ଆମେରିକାର ସିଧାସଳଖ ସମ୍ପୃକ୍ତି ବୋଲି ରୁଷ ମାନିନେବ ଏବଂ ଏହାର କଡ଼ା ଜବାବ ଦିଆଯିବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ। ଏପରି ସ୍ଥିତିରେ ବାଇଡେନଙ୍କ ନିଷ୍ପତ୍ତି ଆମେରିକାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଯିବା ପୂର୍ବରୁ ସେ ଯୁଦ୍ଧକୁ ନୂଆ ସ୍ତରକୁ ନେବାକୁ ଚାହୁଁଥିବା ସ୍ପଷ୍ଟ ହେଉଛି ବୋଲି କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us