କନକ ବ୍ୟୁରୋ: ଶ୍ରୀ ଗଣେଶରୁ ଆରମ୍ଭ କଲେ ଭଗବାନ ଶ୍ରୀ କୃଷ୍ଣଙ୍କ ସୁଦର୍ଶନ ଚକ୍ରକୁ ନେଇ ଚର୍ଚ୍ଚା କଲେ ଏବଂ ଶେଷରେ ଭାରତକୁ ନାଲି ଆଖି ଦେଖାଉଥିବା ଆମେରିକା ଏବଂ ପାକିସ୍ତାନ ଉପରେ ବର୍ଷୀଲେ.. ଭାରତ ମାଟିରୁ ଋଷର ବରିଷ୍ଠ କୁଟ୍ଟନୈତିଜ୍ଞ ରୋମାନ ବାବୁସ୍କିନ କିଛି ଏଭଳି ବୟାନ ଦେଇଛନ୍ତି ଯାହା ଭାରତବାସୀଙ୍କୁ ଖୁସି କରାଇବା ସହ ପଡୋଶୀ ଶତ୍ରୁ ଦେଶ ପାକିସ୍ତାନ ଓ ଭାରତକୁ ନାଲି ଆଖି ଦେଖାଉଥିବା ଆମେରିକାରେ ହଇଚଇ ସୃଷ୍ଟି କରିଛି । ଭାରତ ଆମେରିକା ଟାରିଫ ଯୁଦ୍ଧ ମଧ୍ୟରେ ରୁଷର ବରିଷ୍ଠ ଡିପ୍ଲୋମାଟ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ନିଜ ବକ୍ତବ୍ୟରେ ସେ, ମୁଁ ଆରମ୍ଭ କରୁଛି ଅର୍ଥାତ ଶ୍ରୀ ଗଣେଶ ବୋଲି କହିଥିଲେ । ଏବଂ ସେଠାରେ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ଗଣେଶ ଚତୁର୍ଥୀ ର ଶୁଭେଚ୍ଛା ଜଣାଇଥିଲେ । ତେବେ ଆସନ୍ତୁ ଶୁଣିବା ରୁଷ ଡିପ୍ଲୋମାଟ ହିନ୍ଦୀରେ କଣ କହିଲେ ।
ଖାଲି ଶ୍ରୀ ଗଣେଶ କହି ରହି ଯାଇନଥିଲେ, ଜଣେ ସାମ୍ବାଦିକ ଯେତେବେଳେ ଶତ୍ରୁର ମିସାଇଲ ରକେଟକୁ ନିମିଷକେ ଧ୍ବଂସ କରିପାଉଥିବା ଭାରତର ଏୟାର ଡିଫେନ୍ସ ସିଷ୍ଟମ ସମ୍ବନ୍ଧରେ ପ୍ରଶ୍ନ କରିଥିଲେ, ରୋମାନ ସଙ୍ଗେ ସଙ୍ଗେ ତାଙ୍କୁ ହିନ୍ଦୀରେ ପଚାରିଥିଲେ ଯେ ତୁମେ କଣ ସୁଦର୍ଶନ ଚକ୍ର ବିଷୟରେ ପ୍ରଶ୍ନ କରୁଛ କି? ଆରଥରକୁ ହିନ୍ଦୀରେ ପ୍ରଶ୍ନ କରିବେ ମୁଁ ଭଲ ଭାବରେ ଉତ୍ତର ଦେଇପାରିବି ।
ହଁ ଦର୍ଶକ ବନ୍ଧୁ ଯେଉଁ ସୁଦର୍ଶନ ଚକ୍ର ସାହାଯ୍ୟରେ ଶ୍ରୀ କୃଷ୍ଣ ଅସୁର ମାନଙ୍କର ସଂହାର କରୁଥିଲେ ସେଇ ସୁଦର୍ଶନ ଚକ୍ର ଆଜି ଭାରତର ଅମୋଘ ଅସ୍ତ୍ର ପାଲଟିଛି ଏବଂ ନିମିଷକେ ଶତ୍ରୁ ଦେଶର ମିସାଇଲ ରକେଟକୁ ଧ୍ୱଂସ କରୁଛି । ଆତଙ୍କୀଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ପାକିସ୍ତାନ ମନରେ ଭୟର ସଂଚାର କରିଛି ।
ଶତ୍ରୁ ଦେଶର ନିଦ ହଜାଇଥିବା ସୁଦର୍ଶନ ଚକ୍ର ସମ୍ବନ୍ଧରେ କହିବା ପରେ ଭାରତ ଆମେରିକା ମଧ୍ୟରେ ଚାଲିଥିବା ଟାରିଫ ଯୁଦ୍ଧ କୁ ନେଇ ବଡ଼ ବୟାନ ଦେଇଛନ୍ତି ରୋମାନ୍ । ଯାହା ଡୋନାଲଡ ଟ୍ରମ୍ପ ଏବଂ ଆମେରିକା ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି, ରୋମାନ ବାବୁସ୍କିନ କହିଛନ୍ତି ଯଦି ଆମେରିକା ଭାରତୀୟ ସାମଗ୍ରୀ ଉପରେ କଟକଣା ଜାରି ରଖୁଛି ତେବେ ଭାରତ ତାର ସାମଗ୍ରୀ କୁ ଋଷିଆ ବଜାରରେ ବିକ୍ରି କରିପାରିବ ଏବଂ ଋଷ ଏହାକୁ ସ୍ୱାଗତ କରିବ ।
ସେପଟେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଋଷ ରାଷ୍ଟ୍ରପତି ଭଲ୍ଦିମୀର ପୁଟିନଙ୍କୁ ଭେଟିଥିବା ବେଳେ ରୋମାନ ବାବୁସ୍କିନଙ୍କ ଏହି ବୟାନ ଋଷ ଭାରତ ମଧ୍ୟରେ ଥିବା ଗଭୀର ସମ୍ପର୍କ ପୃଷ୍ଠାରେ ଆଉ ଏକ ନୂତନ ଅଧ୍ୟାୟ ଯୋଡ଼ିଦେଇଛି । ଆଉ ଆମେରିକା, ପାକିସ୍ତାନ ସମେତ ସମ୍ପୂର୍ଣ ବିଶ୍ୱକୁ ଚକିତ କରିଛି ।
ଆମେରିକାକୁ ମୁହଁତୋଡ ଜବାବ, ପାକିସ୍ତାନକୁ ନାଲି ଆଖି
ସୁଦର୍ଶନ ଚକ୍ରକୁ ନେଇ ବଡ଼ କଥା କହିଲା ଋଷ ।
/kanak/media/media_files/2025/08/22/pak-2025-08-22-15-08-51.jpg)