କନକ ବ୍ୟୁରୋ: ପ୍ରକୃତିର ବିପଦ ସଙ୍କେତକୁ ସରକାର ବୁଝନ୍ତୁ । ଋଷିକୂଲ୍ୟା ନଦୀ ସୁରକ୍ଷା ସମାବେଶରେ ଯୋଗଦେଇ ପରିବେଶବିତ୍ ମେଧା ପାଟକର ଏହିଭଳି କହିଛନ୍ତି । ଗଞ୍ଜାମ ଋଷିକୂଲ୍ୟା ମୁହାଣ ନିକଟ ପାଲିବନ୍ଧଠାରେ ଆୟୋଜିତ ହୋଇଛି ଋଷିକୂଲ୍ୟା ନଦୀ ସୁରକ୍ଷା ସମାବେଶ । ଋଷିକୂଲ୍ୟା ଆମ ଜୀବନରେଖା ଓ କିଛି ବର୍ଷ ହେଲା ନଦୀ ବାଲି ବ୍ୟାପକ ଚୋରା ଚାଲାଣ ଯୋଗୁଁ ନଦୀର ଜଳଧାରଣ କ୍ଷମତା କମି ଗଲାଣି । ତେଣୁ, ଭୂତଳ ମଧୁର ଜଳ ଶୁଖିଯାଉଛି । ନଦୀରେ ଜଳପ୍ରବାହ କମି କମି ଯାଇଥିବାରୁ ସମୁଦ୍ରର ଲୁଣି ପାଣି ନଦୀ ଭିତରକୁ ଓ ମାଟି ତଳେ ତଳେ ମାଡ଼ି ମାଡ଼ି ଆସୁଛି । ଫଳରେ କୂଅ, ନଳକୂଅ ଏବଂ ବିଭିନ୍ନ ପାଣି ଯୋଗାଣ ପ୍ରକଳ୍ପରେ ଲୁଣିଆ ପାଣି ଆସୁଛି । ଏହି ସ୍ଥିତି ଜାରି ରହିଲେ, ଆଗକୁ ସ୍ଥିତି ଭୟଙ୍କର ହେବ । ଚାଷ କାମଠାରୁ ଆରମ୍ଭ କରି ପାନୀୟ ଜଳ ଟୋପାଏ ପାଇଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡ଼ିବ । ପାଣି ପାଇଁ ହାହାକାର ପରିସ୍ଥିତି ଉପୁଜିବ । ପୋଟଲାମ୍ପୁରଠାରେ ଋଷିକୁଲ୍ୟା ନଦୀ ସୁରକ୍ଷା ସମାବେଶରେ ଯୋଗଦେଇ ପରିବେଶବିତ୍ ମେଧା ପାଟେକର ଏପରି କହିବା ସହିତ ମାଡ଼ି ଆସୁଥିବା ଏକ ବଡ଼ ବିପଦ ସଂପର୍କରେ ଲୋକଙ୍କୁ ଚେତାଇ ଦେଇଛନ୍ତି ।
ଋଷିକୂଲ୍ୟା ନଦୀ ସୁରକ୍ଷା ସମାବେଶ: ଯୋଗଦେଲେ ପରିବେଶବିତ୍ ମେଧା ପାଟକର
ପ୍ରକୃତିର ବିପଦ ସଙ୍କେତକୁ ସରକାର ବୁଝନ୍ତୁ । ରୁଷିକୂଲ୍ୟା ନଦୀ ସୁରକ୍ଷା ସମାବେଶରେ ଯୋଗଦେଇ ପରିବେଶବିତ୍ ମେଧା ପାଟକର ଏହିଭଳି କହିଛନ୍ତି । ଗଞ୍ଜାମ ଋଷିକୂଲ୍ୟା ମୁହାଣ ନିକଟ ପାଲିବନ୍ଧଠାରେ ଆୟୋଜିତ ହୋଇଛି ଋଷିକୂଲ୍ୟା ନଦୀ ସୁରକ୍ଷା ସମାବେଶ ।
/kanak/media/media_files/2025/06/07/jbm5Tke8MTOmZr2dCCSd.jpg)