କନକ ବ୍ୟୁରୋ: ସୁଭଦ୍ରା ଯୋଜନାର ସଂଶୋଧିତ ଗାଇଡଲାଇନ୍ ଆସିବା ପରେ ମହିଳାଙ୍କ ଭିତରେ ପ୍ରବଳ ଉତ୍ସାହ । ଆଉ ଗାଇଡଲାଇନ ମୁତାବକ ଆଧାର କାର୍ଡ ସହ ମୋବାଇଲ ନମ୍ବରକୁ ସଂଯୋଗ କରିବା ପାଇଁ ସଂଶୋଧନ କେନ୍ଦ୍ରରେ ଭିଡ଼ ଦେଖିବାକୁ ମିଳିଛି । ତେବେ ଭିଡ଼ ନିୟନ୍ତ୍ରଣ କରିବାକୁ ମଧ୍ୟ ନାକେଦମ ହେବାକୁ ପଡ଼ିଛି । 

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆଧାର ସଂଶୋଧନ କେନ୍ଦ୍ରର ଲାଗିଥିଲା ଲମ୍ବା ଲାଇନ । ସୁଭଦ୍ରା ଯୋଜନା ଆବେଦନ ପାଇଁ ଆଧାର ସହ ମୋବାଇଲ ଲିଙ୍କ ବାଧ୍ୟତାମୂଳକ ପରେ ଭିଡ଼ ଦେଖିବାକୁ ମିଳିଛି । ମହିଳାମାନେ ନିଜ ଆଧାର କାର୍ଡ ସଂଶୋଧନ ଓ ମୋବାଇଲ ସହ ଆଧାର ଲିଙ୍କ କରାଇବା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି । 
 
ହଠାତ୍ ଆଧାର କେନ୍ଦ୍ରରେ ଅସମ୍ଭାଳ ଭିଡ଼ ଦେଖି ଏଜେଣ୍ଟମାନଙ୍କୁ ନାହିଁ ନଥିବା ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା । ଆବଶ୍ୟକତାଠାରୁ ଅଧିକ ମହିଳା ଆବେଦନ ପାଇଁ ଆସୁଥିବାରୁ ସେମାନେ ନିରାଶ ହୋଇ ଫେରିଛନ୍ତି । 
 
ସୁଭଦ୍ରା ଯୋଜନାର ସଂଶୋଧିତ ଗାଇଡଲାଇନରେ 
‘ସୁଭଦ୍ରା’ ପାଇଁ ଗାଇଡଲାଇନ  
ମୋବାଇଲ ନମ୍ବର ଆଧାର କାର୍ଡ ସହ ଲିଙ୍କ ଆବଶ୍ୟକ
ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ଟଙ୍କା ପ୍ରଦାନ କରାଯିବ
ପରିବାରର ସବୁ ଯୋଗ୍ୟ ମହିଳାଙ୍କୁ ଟଙ୍କା ଯୋଗାଇ ଦିଆଯିବ
ରାସନାକାର୍ଡଧାରୀ ପରିବାରକୁ ମିଳିବ ଲାଭ
ବାର୍ଷିକ ଅଢ଼େଇ ଲକ୍ଷ ଟଙ୍କାରୁ କମ୍ ଆୟ ପରିବାର ପାଇବେ ସୁବିଧା
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୁଭଦ୍ରା ଯୋଜନା ପାଇଁ କ’ଣ କରିବାକୁ ପଡ଼ିବ, ସେ ନେଇ ଅବଗତ ନାହାନ୍ତି ଅଧିକାଂଶ ମହିଳା ।