କନକବ୍ୟୁରୋ : ଗ୍ରାମାଞ୍ଚଳ ସ୍କୁଲରେ ଦୂର ହେବ ଶିକ୍ଷକ ସମସ୍ୟା । ଗାଁକୁ ଯିବେ ସହରୀ ସ୍କୁଲ ଶିକ୍ଷକ । ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । ଆଉ ସେହି ଅନୁପାତରେ ଗ୍ରାମାଞ୍ଚଳର ଅନେକ ସ୍କୁଲରେ ଯଥେଷ୍ଟ କମ୍ ଶିକ୍ଷକ ଅଛନ୍ତି । ଏପରିକି ବହୁ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି । ଶିକ୍ଷକ ଦେବାକୁ ସରକାରଙ୍କ ପାଖରେ ଗଦା ଗଦା ଆବେଦନ ଓ ଅଭିଯୋଗ ରହିଛି ।
ଯଥାଶୀଘ୍ର ଜିଲ୍ଲାରେ ଶିକ୍ଷକଙ୍କ ନିଯୁକ୍ତି ତାଲିକା ତଦାରଖ କରାଯିବ । ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ଅବସ୍ଥାପିତ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଏମିତି ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ । ଜରୁରୀକାଳୀନ ଚିଠି ଜାରି କରି ନିର୍ଦ୍ଦେଶାଳୟ ସ୍ପଷ୍ଟ ଭାଷାରେ ଉଲ୍ଲେଖ କରିଛି , ଯଥାଶୀଘ୍ର ସହରାଞ୍ଚଳ, ବ୍ଳକ ହେଡକ୍ୱାର୍ଟରରୁ ଗ୍ରାମାଞ୍ଚଳକୁ ଶିକ୍ଷକ ବଦଳି କରାଯିବ । ଆସନ୍ତା ୩୦ ତାରିଖ ମଧ୍ୟରେ ଶିକ୍ଷକ ନଥିବା ସ୍କୁଲ କିମ୍ବା ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲକୁ ଶିକ୍ଷକ ବଦଳିକୁ ଗୁରୁତ୍ବର ସହ ନେବାକୁ କୁହାଯାଇଛି ।
---
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/04/25/4LVFlq963wl7cSZV7a5H.jpg)