କନକ ବ୍ୟୁରୋ: ଲୋକଙ୍କ ଅବସର ବିନୋଦନ ପାଇଁ ତିଆରି ହୋଇଛି ଗ୍ରାମୀଣ ପାର୍କ । ହେଲେ ଅଧା ତିଆରି ହୋଇପଡ଼ିଛି ପାର୍କ । ଜରାଜୀର୍ଣ୍ଣ ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଳକର ୧୮ ଗୋଟି ଗ୍ରାମ ପଂଚାୟତରେ ଥିବା ଗ୍ରାମୀଣ ପାର୍କ । ରକ୍ଷଣା ବେକ୍ଷଣା ଅଭାବରୁ ଅନାବନାଗଛରେ ଭର୍ତ୍ତ ହୋଇଗଲାଣି । କେଉଁଠି ବ୍ୟାୟାମ ପାଇଁ ସ୍ଥାପନ ହୋଇଥିବା ଉପକରଣରେ କଳଙ୍କି ଲାଗିଗଲାଣି ।

Advertisment

ତା ସହିତ ଆଉ କେଉଁଠି ନିର୍ମାଣ ଟାଇଲ ଘାସରେ ଭର୍ତ୍ତି ହୋଇଗଲାଣି । ଆଉ କେଉଁଠି ଅଧାକାମ ହୋଇଥିବା ବେଳେ ଆଉ କିଛି ସ୍ଥାନରେ କାମ ହୋଇ ବି ଭାଙ୍ଗିରୁଜି ପଡିଛି । ପଂଚାୟତରେ ପାର୍କ ଅର୍ଦ୍ଧ ନିର୍ମିତ ହୋଇ ପଡିରହିଛି । ଲୋକ ମାନଙ୍କର ଆମୋଦ ପ୍ରମୋଦ ସହିତ ବ୍ୟାୟାମ ପାଇଁ ସ୍ଥାପନ ହୋଇଥିବା ସାମଗ୍ରୀ କଳଙ୍କି ଲାଗି ଭାଙ୍ଗିରୁଜି ଗଲାଣି ।

ତା ସହିତ କିଛି ପାର୍କ ପରିସରରେ ଗାଈ ଗୋରୁଙ୍କ ଚରା ଭୂଇଁ ପାଲଟିଲାଣି । ସ୍ଥାନୀୟ ଲୋକ ବହୁବାର ଏସବୁର ପୁନରୁଦ୍ଧାର ପାଇଁ ଦାବି କରିଥିଲେ ବି କୌଣସି ସମାଧାନ ହୋଇପାରିନି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ପାର୍କ ତିଆରି କରାଯାଇଥିଲେ ବି ତାହା ଲୋକଙ୍କ କାମରେ ଲାଗୁନି । ଏଥିପ୍ରତି ଗୁରୁତ୍ବ ଦିଆଯାଇ ପୁନରୁଦ୍ଧାର କରାଯିବା ଜରୁରୀ ହୋଇପଡିଛି ।