ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା, ପିଲାଙ୍କ ଭବିଷ୍ୟତକୁ ଦେଇଛି ନୂଆ ଆଶା

ଗଞ୍ଜାମ ଫାସୀ ଗାଁ ପ୍ରାଥମିକ ବିଦ୍ୟାଳୟରେ କମ୍ପ୍ୟୁଟର ଶିଖୁଛନ୍ତି ପିଲା । ୱାର୍ଡରୁ ପାୱାର ପଏଣ୍ଟ ଯାଏଁ ସବୁଥିରେ ଏକ୍ସପର୍ଟ । ବିଦ୍ୟାଳୟର ଜଣେ ପୂର୍ବତନ ଛାତ୍ରଙ୍କ ପ୍ରଚେଷ୍ଟାରେ ସଫଳ ହୋଇଛି କମ୍ପ୍ୟୁଟର ଶିକ୍ଷା । 

Computer Education

କନକ ବ୍ୟୁରୋ: ଆଜିର ଡିଜିଟାଲ୍‌ ଯୁଗରେ କମ୍ପ୍ୟୁଟରର ଆବଶ୍ୟକତା କଥା ଆମେ ସମସ୍ତେ ଜାଣୁ । ଇଂଲିସ ମିଡିୟମ୍‌ ସ୍କୁଲ୍‌ ମାନଙ୍କରେ ପିଲାଙ୍କୁ ପ୍ରାଥମିକ ସ୍ତରରୁ ଏହି ଶିକ୍ଷା ଦିଆଯାଏ । ହେଲେ ସରକାରୀ ଶିକ୍ଷାନୁଷ୍ଠାନରେ କମ୍ପ୍ୟୁଟର ଶିକ୍ଷା ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଫାସୀ ଗାଁରୁ ଦେଖିବାକୁ ମିଳିଥିଲ ଏମିତି ଏକ ଚିତ୍ର ।

କୁନି ହାତରେ କି-ବୋର୍ଡ ସାଇଁସାଇଁ ଚାଲୁଛି । ଆନିମେସନ୍‌ ହେଉ କି କୌଣସି ଦରକାରୀ ଚିଠା, ବେଶ୍‌ ସହଜରେ ପ୍ରସ୍ତୁତ କରିପାରୁଛନ୍ତି । କୌଣସି ବେସରକାରୀ ଶିକ୍ଷାନୁଷ୍ଠାନର ନୁହେଁ, ବରଂ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଫାସୀ ଗାଁସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିଜକୁ ଏମିତି ଦକ୍ଷ କରିଛନ୍ତି ପିଲାଏ । ୩ ବର୍ଷ ହେଲାଣି ଦ୍ବିତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି କମ୍ପ୍ୟୁଟର ଶିକ୍ଷା । କମ୍ପ୍ୟୁଟର ଫଣ୍ଡାମେଣ୍ଟାଲ୍‌ ସହ ୱାର୍ଡ, ପାୱାର ପଏଣ୍ଟ ସବୁ ଶିଖାଯାଉଛି । 

କମ୍ପ୍ୟୁଟର ଶିକ୍ଷାଦାନ ପଛରେ ବିଦ୍ୟାଳୟର ପୂର୍ବତନ ଛାତ୍ର ଦୀପୁନ ସାହୁଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ଦୀପୁନ୍ ଏବେ ଦିଲ୍ଲୀରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟରେ କାର୍ଯ୍ୟରତ । ସେଠାରେ ସେ ପ୍ରାଥମିକ ସ୍ତରରୁ କମ୍ପ୍ୟୁଟର ଶିକ୍ଷାର ଗୁରୁତ୍ବ ବୁଝି ବିଦ୍ୟାଳୟରେ ଯୋଗାଇ ଦେଇଛନ୍ତି କମ୍ପ୍ୟୁଟର ଶିକ୍ଷା । ପ୍ରଧାନଶିକ୍ଷକଙ୍କ ସହଯୋଗରେ ନିଜସ୍ୱ ଖର୍ଚ୍ଚରେ ଯୋଗାଇ ଦେଇଛନ୍ତି କମ୍ପ୍ୟୁଟର, ପ୍ରିଣ୍ଟର, ଇନଭର୍ଟର ଓ ଇଣ୍ଟରନେଟ୍‌ ସେବା । ଜଣେ କମ୍ପ୍ୟୁଟର ଶିକ୍ଷୟିତ୍ରୀଙ୍କୁ ମଧ୍ୟ ନିଯୁକ୍ତି ଦେଇ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe