ବିପଦରେ ବ୍ରିଜ୍: ବ୍ରିଜ୍ କଡ଼ରୁ ବାଲି ଉଠାଣ ମନା, ସବୁ ବିଭାଗକୁ ଚିଠି ଲେଖିଲା ଗ୍ରାମ୍ୟ ଉନ୍ନୟନ ବିଭାଗ

ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀ ଉପରେ ନିର୍ମାଣ ହୋଇଥିବା ବ୍ରିଜ୍ ଦବିବା ଖବର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ବିପଦସଂକୁଳ ଅବସ୍ଥାରେ ରହିଛି ରାଜ୍ୟର ଅନେକ ପୋଲ୍। ଅନୁସନ୍ଧାନରୁ ଜଣାପଡିଛି ପୋଲ କଡ଼ରୁ ବାଲି ଖନନ ମୁଖ୍ୟ କାରଣ।

7PM5

Photograph: (kanak news)

କନକ ବ୍ୟୁରୋ: ଲଗାତାର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ନଦୀ ଉପରେ ନିର୍ମାଣ ହୋଇଥିବା ପୋଲ ଦବିବାର ଖବର। ଯାହାଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପୋଲର ନିର୍ମାଣ ଶୈଳୀ ଓ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ହେଲେ, ଏହା ପଛର ବଡ କାରଣ ହେଉଛି ପୋଲ ତଳୁ ବେଆଇନ ଭାବେ ବାଲି ଖନନ କରାଯିବା । ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ତାଗିଦ କରିଛନ୍ତି ସରକାର। 

ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀ ଉପରେ ନିର୍ମାଣ ହୋଇଥିବା ବ୍ରିଜ୍ ଦବିବା ଖବର ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। କାରଣ ବିପଦସଂକୁଳ ଅବସ୍ଥାରେ ରହିଛି ରାଜ୍ୟର ଅନେକ ପୋଲ୍। ଅନୁସନ୍ଧାନରୁ ଜଣାପଡିଛି ପୋଲ କଡ଼ରୁ ବାଲି ଖନନ ମୁଖ୍ୟ କାରଣ। ଆଉ ଏହା ଜଣାପଡିବା ପରେ ବ୍ରିଜ ଓ ଜାତୀୟ ରାଜପଥ କଡରୁ ବାଲି ନଉଠାଇବାକୁ ପ୍ରତ୍ୟକ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ। 

ଗ୍ରାମ୍ୟ ଉନ୍ନୟନ ବିଭାଗର ଚିଠି 
- ବ୍ରିଜ୍ ତଳୁ ବାଲି ଉଠାଣ ମନା 
- ବ୍ରିଜ୍ ପାଖ ୩୦୦ ମିଟର ପରିଧି ଯାଏଁ ନିଷିଦ୍ଧାଞ୍ଚଳ ଘୋଷଣା 
- ରେଲୱେ ଲାଇନ ପାଖରୁ ବାଲି ଉଠାଇବାକୁ ହେଲେ ରେଳ ବିଭାଗରୁ ଅନୁମତି ନେବାକୁ ପଡ଼ିବ 
- ଜାତୀୟ ଏବଂ ରାଜ୍ୟ ରାଜପଥ ନିକଟରେ ବାଲି ଖନନ କଲେ ଜିଲ୍ଲାପାଳଙ୍କ ଅନୁମତି ଆବଶ୍ୟକ 

ନଦୀ ପେଟ ଖାଲି କରି ବେଆଇନ ଭାବେ ବାଲି ଚୋରି କରୁଛନ୍ତି ମାଫିଆ। ଦିନ ରାତି ବଡ ବଡ ମେସିନ ଲଗାଇ ତାଡି ନେଉଛନ୍ତି । ଯାହା ଫଳରେ ବିଭିନ୍ନ ନଦୀ ଉପରେ ନିର୍ମାଣ ହୋଇଥିବା ପୋଲର ମୂଳ ଦୂଆ ଦୁର୍ବଳ ହେଉଛି। ନଦୀ ପାର୍ଶ୍ବ ଦେଇ ଯାଇଥିବା ରେଳ ଲାଇନ ଓ ଜାତୀୟ ରାଜପଥ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। କିନ୍ତୁ ମାଫିଆଙ୍କୁ ନିୟନ୍ତ୍ରଣ କରିବାରେ ପ୍ରଶାସନ ସଫଳ ହୋଇପାରିନି। ଏନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । 

ବାଲି ଚୋରା କାରବାର ରୋକିବା ପାଇଁ ଖଣି ବିଭାଗ ପୂର୍ବରୁ ଦୁଇ ଥର ଗାଇଡଲାଇନ ଆଣିଥିଲେ। କିନ୍ତୁ ତାହା ଠିକ୍ ଭାବେ କାର୍ଯ୍ୟାକାରୀ ହୋଇପାରୁନି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe