ବିଜେଡିରେ ବୈଠକ ପରେ ବୈଠକ, ୩ ଭାଗ ହେଲା ଦଳ

ବିଜେଡିରେ ପାଣ୍ଡିଆନ କମ୍ପନ । ୩ ଭାଗ ହେଲେ ନେତା । ଭୁବନେଶ୍ବରର ଏକ ହୋଟେଲରେ ବରିଷ୍ଠଙ୍କ ବୈଠକ । ପ୍ରତାପ ଦେବଙ୍କ ଘରେ ଏକାଠି ହେଲେ ସଞ୍ଜୟ, ଅତନୁ, ଅରୁଣ, ଦେବୀ, ବବି । ସେପଟେ ଯୁବ ନେତାଙ୍କୁ ନେଇ ଆଉ ଏକ ଗୋଷ୍ଠୀ । ସେପଟେ ଯୁବ ନେତାଙ୍କୁ ନେଇ ଆଉ ଏକ ଗୋଷ୍ଠୀ ସନ୍ଧ୍ୟାରେ ନବୀନଙ୍କୁ ଭେଟିବା ନେଇ ଚର୍ଚ୍ଚା ।

73-BJD devide

କନକ ବ୍ୟୁରୋ: ଘରୋଇ ହୋଟେଲରେ ବିଜେଡି ନେତାଙ୍କ ମେଳି ପରେ ପ୍ରତାପ ଦେବଙ୍କ ବାସ ଭବନରେ ବି କିଛି ବିଜେଡି ନେତା ପହଞ୍ଚିଛନ୍ତି । ଏଠାରେ କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ବିଜେଡି ପକ୍ଷରୁ ମିଳିପାରିନାହିଁ । ସେପଟେ ଆଜି ସନ୍ଧ୍ୟାରେ ବି ବିଜେଡି ଯୁବନେତାମାନେ ନବୀନ ନିବାସରେ ଦଳର ସଭାପତିଙ୍କୁ ଭେଟିବେ । ଏଣୁ ଏବେ ବିଜେଡି ୩ ଭାଗ ହୋଇଥିବା ଆଲୋଚନା ହେଉଛି । 

ଆଜି ପ୍ରଥମେ କ୍ରିଷ୍ଟାଲ କ୍ରାଉନ ନାମକ ହୋଟେଲ୍‌ରେ ବିଜେଡିର ବରିଷ୍ଠ ନେତାମାନେ ଏକାଠି ହୋଇ ବିଜେଡିକୁ ବାହ୍ୟଶକ୍ତି ଦ୍ୱାରା ପ୍ରଭାବିତ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ବୈଠକରେ ଶଶୀଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକ ଚାଲିଥିବା ବେଳେ ହୋଟେଲ ଭିତରକୁ ବାହାର ଲୋକଙ୍କୁ ବାରଣ କରାଯାଇଥିଲା । ତେବେ ବୈଠକ ପରେ ବଡ଼ ବୟାନ ରଖିଛନ୍ତି ବରିଷ୍ଠ ନେତା । ନବୀନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଛଡ଼ାଯିବନି ବୋଲି କହିଛନ୍ତି ଶଶୀଭୂଷଣ ବେହେରା । 


ଗୋଟେ ପରେ ବିଜେଡିର ବରିଷ୍ଠ ନେତା ହୋଟେଲରେ ମେଳି କରିଥିବା ବେଳେ ଅନ୍ୟପଟେ ପ୍ରତାପ ଦେବଙ୍କ ଘରେ ଏକାଠି ହୋଇଛନ୍ତି ଅନ୍ୟ ଗୋଷ୍ଠୀର ନେତା । ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ଦେବୀ ମିଶ୍ର ଏବଂ ପ୍ରଣବ ପ୍ରକାଶ ଦାସ ପ୍ରତାପ ଦେବଙ୍କ ଘରେ ପହଞ୍ଚିଛନ୍ତି । ଯାହାକୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେଡିର ଯୁବ ନେତା ସନ୍ଧ୍ୟାରେ ନବୀନଙ୍କୁ ଭେଟିବେ । ଗତକାଲି ଅଂଶୁମାନଙ୍କ ଘରେ ମେଳି କରିଥିଲେ ବିଜେଡିର ଯୁବ ନେତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe