କନକ ବ୍ୟୁରୋ: ଛତିଶଗଡ଼ କୁଲାରିଘାଟ ଏନକାଉଣ୍ଟରରେ ନିହତ ଟପ୍ ମାଓନେତା ଚଲପତିଙ୍କ ଶେଷକୃତ୍ୟ ତାଙ୍କ ଶ୍ବଶୁର ଘର ଗାଁ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ବୋଡାପାଡୁ ଗାଁରେ ସମ୍ପନ୍ନ ହୋଇଛି । ତେବେ ତାଙ୍କ ପତ୍ନୀ ମାଓନେତ୍ରୀ ଆରୁଣାଙ୍କୁ ନେଇ ଜୋର୍ ଧରିଛି ଚର୍ଚ୍ଚା । କେଉଁଠି ଅଛନ୍ତି ଅରୁଣା ? ସ୍ୱାମୀଙ୍କ ମୃତ୍ୟୁ ପରେ ଅରୁଣାଙ୍କ ଆଗାମୀ କାର୍ୟ୍ୟପନ୍ଥା କ’ଣ  ହେବ? ସେ ଆତ୍ମସମର୍ପଣ କରିବେ ନା ମାଓ  ସଂଗଠନରେ ରହିବେ?  ସେ ନେଇ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି ।... 

Advertisment

ଅରୁଣା ଓରଫ ଚୈତନ୍ୟା ଓରଫ ରୁକ୍ମିଣୀ ।  ଓଡିଶା, ଛତିଶଗଡ,  ଓ ଆନ୍ଧ୍ରରେ ସକ୍ରିୟ ଥିବା ଏହି ଟପ ମାଓନେତ୍ରୀଙ୍କ ମୁଣ୍ଡ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ଅଛି । ଓଡିଶା-ଛତିଶଗଡ ସୀମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ତାଙ୍କ ସ୍ବାମୀ ଟପ ମାଓନେତା ଚଲପତି ପ୍ରାଣ ହରାଇଛନ୍ତି । ତେଣୁ ତାଙ୍କ ଗତିବିଧି ଉପରେ ନଜର ରଖିଛି ସୁରକ୍ଷାକର୍ମୀ । ଆନ୍ଧ୍ର ଶ୍ରୀକାକୁଲ୍ଲମରେ ଶେଷକୃତ୍ୟକୁ ଅରୁଣା ଆସିବେ ବୋଲି ସୂଚନା ପାଇ ପୁଲିସ ସଜାଗ ଥିଲା। କିନ୍ତୁ ସେ ଆସି ନଥିଲେ। ଅରୁଣାଙ୍କ ନାଁରେ ୩ ରାଜ୍ୟରେ ଏକାଧିକ  ମାମଲା ରହିଛି ।  କିଛି ବର୍ଷ ଧରି ସେ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ରେ ସକ୍ରିୟ ଥିଲେ। କୁଲାରିଘାଟ ଏନକାଉଣ୍ଟରେ ଅରୁଣା ନିହତ ହୋଇଥିବା ଆଶଙ୍କାରେ ରାୟପୁର ଆସିଥିଲେ ତାଙ୍କ ବାପା ଲକ୍ଷ୍ମଣ ରାଓ । ତେବେ ଝିଅର ମୃତଦେହ ନପାଇ ଜ୍ୱାଇଁ ଚଲପତିଙ୍କ ମୃତଦେହ ନେଇ ଶ୍ୱଶୁର ଫେରିଥିଲେ । ...

ପ୍ରାୟ୫୫ ବର୍ଷୀୟା ଅରୁଣା ଏବେ ମାଓ ସଂଗଠନର ସ୍ପେଶାଲ ଜୋନାଲ କମିଟି ସକ୍ରିୟ ସଦସ୍ୟା ଅଛନ୍ତି। ୨୦୧୬ ଚିତ୍ରକୋଣ୍ଡା ରାମାଗୁଡ଼ା ଏନକାଉଣ୍ଟରରେ ଚଲାପତି ଏବଂ ଅରୁଣା ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସେଠାରୁ ଜବତ ଏକ ଟ୍ୟାବରୁ ସ୍ବାମୀ ଚଲାପତିଙ୍କ ସହ ଅରୁଣାଙ୍କ ଏହି ସେଲ୍ଫିଟି ପାଇଥିଲା ଆନ୍ଧ୍ର ପୁଲିସ । ସେଲଫି ଆଧାରରେ ଚଲପତି ନିପାତ ହୋଇଥିବା ବେଳେ ଅରୁଣାଙ୍କୁ ତନ୍ନତନ୍ନ କରି ଖୋଜୁଛନ୍ତି ୩ ରାଜ୍ୟର ପୁଲିସ । ଅରୁଣା ଏବେ ମହାରାଷ୍ଟ୍ର ଗଡ଼ଚିରୋଲି ଅଞ୍ଚଳରେ ଥିବା ସୂଚନା ମିଳିଛି। 

୨୦୦୪:କୋରାପୁଟ ଅସ୍ତ୍ରାଗାର ଲୁଟ୍
୨୦୦୮: ଚିତ୍ରକୋଣ୍ଡା ଜଳଭଣ୍ଡାରରେ ୩୮ ଗ୍ରେ ହାଉଣ୍ଡ ଯବାନଙ୍କୁ ହତ୍ୟା 
୨୦୧୨: ତତ୍କାଳୀନ ବିଧାୟକ ଝିନ ହିକକାଙ୍କ ଅପହରଣ ଭଳି ବହୁ ବଡ଼ ବଡ଼ ମାଓ ଆକ୍ରମଣରେ ସାମିଲ ଥିଲେ ।  ଅରୁଣା ପ୍ରାୟ ୩୦ ବର୍ଷ ଧରି ମାଓ ସଂଗଠନରେ ସକ୍ରିୟ ଅଛନ୍ତି ।  କୋରାପୁଟ-ଶ୍ରୀକାକୁଲମ ଡିଭିଜନର ଡେପୁଟି କମାଣ୍ଡର ଦାୟିତ୍ୱରେ ଥାଇ ନାରାୟଣପାଟଣା ଅଞ୍ଚଳରେ ଚାଷୀ ମୂଲିଆ ସଂଗଠନକୁ ସକ୍ରିୟ କରିଥିଲେ । ୨୦୧୬ ଚିତ୍ରକୋଣ୍ଡା ଏନକାଉଣ୍ଟର ପରେ ଛତିଶଗଡ଼ ବସ୍ତର, ପରେ ନୂଆପଡ଼ା କେକେବିଏନ ଅଞ୍ଚଳରେ ସକ୍ରିୟ ଥିଲେ। ତାଙ୍କୁ ଏବେ ତନ୍ନତନ୍ନ କରି  ୩ ରାଜ୍ୟ ପୁଲିସ ଖୋଜୁଛନ୍ତି।...