କନକ ବ୍ୟୁରୋ: କାହାକୁ ମିଳିବ ସୁଭଦ୍ରା ଯୋଜନାର ଲାଭ? କିଏ ହେବ ବଞ୍ଚିତ? ଆଉ କେମିତି କରିବେ ଆବେଦନ? ସୁଭଦ୍ରା ଯୋଜନାକୁ ନେଇ ଗାଇଡଲାଇନ ଆସିବା ପରେ ହିତାଧିକାରୀଙ୍କ ମନରେ ଉତ୍କଣ୍ଠା ବଢିଛି।
୫ ବର୍ଷରେ ୧୦ଟି କିସ୍ତିରେ ୫୦ ହଜାର ଟଙ୍କା ମହିଳାଙ୍କୁ ଦେବେ ମୋହନ ସରକାର। ୨୧ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ପାଇବେ। ତେବେ ଏହି ଯୋଜନା ପାଇଁ କିଏ ଯୋଗ୍ୟ ଓ କିଏ ଅଯୋଗ୍ୟ ସେନେଇ ସରକାର ନିର୍ଦ୍ଦେଶାବଳୀ ଆଣିଛନ୍ତି। ଯୋଗ୍ୟ ହିତାଧିକାରୀ ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ କିମ୍ବା ୬୦ ବଷର୍ରୁ ଅଧିକ ହୋଇଥିବା ସରକାର।
ସେହିପରି ସୁଭଦ୍ରା ଯୋଜନାର ହିତାଧିକାରୀ ଚୟନ ପାଇଁ ୩ ସ୍ତରୀୟ କମିଟି ଗଠନ କରାଯିବ। ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଯୋଗ୍ୟ ହିତାଧିକାରୀ ବାଛିବ ଏହି କମିଟି। ଉଭୟ ଅଫଲାଇନ ଓ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ। ଆବେଦନକାରୀ ମହିଳାଙ୍କ ନିଜ ନାଁରେ ଆଧାର କାର୍ଡ ଥିବା ସହ ମୋବାଇଲ ନମ୍ବର ଲିଙ୍କ୍ ହୋଇଥିବ। ହିତାଧିକାରୀଙ୍କ ନାଁରେ ଆକାଉଣ୍ଟ ରହିଥିବ। ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ। କିନ୍ତୁ ଗାଇଡଲାଇନକୁ ତର୍ଜମା କଲେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଆହୁରି କମିପାରେ।