କନକ ବ୍ୟୁରୋ: ୨୦୨୬ର ଫେବ୍ରୁଆରି ମାସ ବି ଚଟକି ସରିଗଲାପରି ଲାଗିଲା । ଆସିଛି ମାର୍ଚ୍ଚ । ପ୍ରତି ମାସର ପ୍ରଥମ ତାରିଖ ନିଜ ସହ ଅନେକ ପରିବର୍ତ୍ତନର ତାଲିକା ନେଇ ଆସେ । ମାର୍ଚ୍ଚ ପହିଲା ବି ଡିଜିଟାଲ ଓ ଆର୍ଥିକ ଜୀବନରେ ପରିବର୍ତ୍ତନର ଏକ ସାକ୍ଷୀ ହେବାକୁ ଯାଉଛି । ଆପଣଙ୍କ ପକେଟ୍ ହେଉ କି ସ୍ମାର୍ଟଫୋନ୍, ଟ୍ରେନ୍ ଯାତ୍ରା ହେଉ କି ଏଲପିଜି ଗ୍ୟାସ୍ ପରିବର୍ତ୍ତନ ସବୁଠି ହେବ । ତାହେଲେ ଆସନ୍ତୁ ବୁଝିବା ଏସବୁ ଅଙ୍କ …

Advertisment

ସିମ୍ ୱାଇଣ୍ଡିଙ୍ଗ ଅନିବାର୍ଯ୍ୟ : ଏଣିକି ଆପଣଙ୍କ ମେସେଜିଙ୍ଗ ଆପ୍ ମାନେ ହ୍ବାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ ଆପ୍ ଆପଣଙ୍କ ମୋବାଇଲ୍ ସିମ କାର୍ଡରେ ଲକ୍ ହୋଇଯିବ । କାରଣ ମାର୍ଚ୍ଚ ପହିଲାରୁ ନୂଆ ନିୟମ ଆଣିବାକୁ ଯାଉଛନ୍ତି ନୂଆ ନିୟମ । ଏହାର ଅର୍ଥ , ଯଦି ଆପଣ ନିଜ ଫୋନରୁ ସିମ୍ କାର୍ଡ କାଢ଼ୁଛନ୍ତି, ତାହେଲେ ଆପଣଙ୍କ ମେସେଜିଙ୍ଗ ଆପ୍ କାମ କରିବା ବନ୍ଦ କରିଦେବ । ଡିଜିଟାଲ ଠକେଇ ରୋକିବାକୁ ସରକାର ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି । ତେଣୁ ସିମ୍ ଆକ୍ଟିଭ ନକଲେ ମେସେଜିଙ୍ଗ  ଆପ୍ କାମ କରିବନାହିଁ । 

LPG  ଦର ବଦଳିବ: ହୁଏତ ମାର୍ଚ୍ଚ ପହିଲାରେ ଏଲପିଜି ଦରରେ ପରିବର୍ତ୍ତନ ହୋଇପାରେ । କାରଣ ତେଲ କମ୍ପାନିଗୁଡ଼ିକ ଘରୋଇ ରନ୍ଧନ ଗ୍ୟାସ ଏବଂ କମର୍ସିଆଲ ଗ୍ୟାସର ଦର ସମୀକ୍ଷା କରିବେ  । ଅନ୍ତରାଷ୍ଟ୍ରିୟ ବଜାର ଆଧାରରେ ଗ୍ୟାସ ସିଲିଣ୍ଡରର ଦର କମିପାରେ କିମ୍ବା ବଢ଼ିପାରେ । ମାର୍ଚ୍ଚ ପହିଲା ସକାଳ ପାଖାପାଖି ୬ଟା ସମୟରେ ଏହାର ନୂଆ ଦର ଘୋଷଣା ହୋଇଯାଏ ।

ବ୍ୟାଙ୍କ ଆକାଉଣ୍ଟ ନିୟମରେ ପରିବର୍ତ୍ତନ : ଦେଶର ବଡ଼ ତଥା ସରକାରୀ ବ୍ୟାଙ୍କଗୁଡ଼ିକ ମିନିମମ୍ ବାଲାନ୍ସ କାଲକୁଲେସନ୍ କରିବାର ତରିକା ବଦଳାଇବାକୁ ଯାଉଛି । ଏଣିକି ବାଲାନ୍ସ ଦିନିକିଆ ହିସାବରେ ନୁହେଁ ବରଂ ପୂରା ମାସ ଆଧାରରେ ଧାର୍ଯ୍ୟ କରାଯିବ । ଯଦି କୌଣସି ଦିନ ଆପଣଙ୍କ ଖାତାରେ ପଇସା କମ୍ ପଡ଼େ ତାହେଲେ ମାସର ବାକି ଦିନ ଗୁଡ଼ିକରେ ପର୍ଯ୍ୟାପ୍ତ ବାଲାନ୍ସ ରଖି ଆପଣ ଫାଇନ୍ ଦେବାରୁ ବଞ୍ଚିଯିବେ । 

ରେଲୱେ ଟିକେଟ୍ ବୁକିରେ ବି ପରିବର୍ତ୍ତନ ହେବ । ମାର୍ଚ୍ଚ ପହିଲାରୁ UTS  ଆପ୍ କାମ କରିବା ବନ୍ଦ କରିଦେବ । ଏଣିକି ଆପଣଙ୍କ ଜେନେରାଲ ଟିକେଟ୍, ପ୍ଲାଟଫର୍ମ ଟିକେଟ୍ ଏବଂ ଅନ୍ୟ ସୁବିଧା ପାଇଁ ’RailOne’ ଆପ୍ ବ୍ୟବହାର କରିବାକୁ ପଡ଼ିବ  । କୌଣସି ସ୍ଥାନକୁ ଟ୍ରେନରେ ଯାତ୍ରା କରିବାକୁ ଥିଲେ ଏବେଠାରୁ ଆପ୍ ଡାଉନଲୋଡ୍ କରିନିଅନ୍ତୁ । ଷ୍ଟେସନରେ ଆଉ କିଛି ହଇରାଣ ହେବାକୁ ପଡ଼ିବନି । 


UPI ଓ ବ୍ୟାଙ୍କିଙ୍ଗ ସୁରକ୍ଷା : ଡିଜିଟାଲ ଟ୍ରାଞ୍ଜାକ୍ସନ୍ ଏଣିକି ଅଧିକ ସୁରକ୍ଷିତ ହେବ । ହାଇ ଭ୍ୟାଲ୍ୟୁ ଟ୍ରାନ୍ଜାକ୍ସନ ପାଇଁ ଅତିରିକ୍ତ ସିକ୍ୟୁରିଟି ଭେରିଫିକେସନ୍ ଲାଗୁ କରିଦିଆଯାଇଛି । ଏଲହାର ଅର୍ଥ ଯଦି ଆପଣ  ମୋଟା ଅଙ୍କର ଟଙ୍କା ଟ୍ରାନ୍ସଫର କରୁଛନ୍ତି ତାହେଲେ ଆପଣଙ୍କୁ ବାୟୋମେଟ୍ରିକ୍ସ ଏବଂ ଏକ୍ସଟ୍ରା ଅଥଣ୍ଟିକେସନର ଆବଶ୍ୟକତା ପଡ଼ିବ ।