କନକ ବ୍ୟୁରୋ : ଆଜି ବି ସ୍ବାଭାବିକ ଚାଲିପାରିନି ସଂସଦ । ଚୀନ ସୀମା ବିବାଦ ନେଇ ଜେନେରାଲ ନରବଣେଙ୍କ ଅପ୍ରକାଶିତ ପୁସ୍ତକ ଏବଂ ଆମେରିକା- ଭାରତ ବାଣିଜ୍ୟ ଚୁକ୍ତି ପ୍ରସଙ୍ଗରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ଲୋକସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୮ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟସଭାରେ ମଧ୍ୟ ଅଚଳାବସ୍ଥା ଦେଖାଦେଇଥିଲା। ବିରୋଧୀ ସଦସ୍ୟ କକ୍ଷତ୍ୟାଗ କରିଥିଲେ।

Advertisment

ଲୋକସଭାରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଚୀନ ସହିତ ସୀମା ବିବାଦ ନେଇ ସ୍ଥଳସେନାର ପୂର୍ବତନ  ମୁଖ୍ୟ ଏମ. ଏମ. ନରବଣେଙ୍କ ଲେଖା ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । ଆମେରିକା- ଭାରତ ବଣିଜ୍ୟ ପ୍ରସଙ୍ଗ ମଧ୍ୟ ଉଠିଥିଲା । ରାହୁଲ ଗାନ୍ଧୀଙ୍କୁ କହିବାର ସୁଯୋଗ ଦିଆ ଯାଉନଥିବାରୁ କିଛି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିଲେ । ବିଶୃଙ୍ଖଳିତ ଆଚରଣ ପାଇଁ ୮ ଜଣ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯାଇଛି । ନିଲମ୍ବିତ ସଦସ୍ୟ ହେଲେ ମଣିକମ୍ ଟାଗୋର୍, ଅମରିନ୍ଦର ସିଂହ ରାଜା, ହିବି ଏଡେନ, ଗୁରୁଜିତ ସିଂହ, କିରଣ ରେଡ୍ଡୀ, ପ୍ରଶାନ୍ତ ପାଦୋଲ, ଏସ୍. ଭେଙ୍କଟରମଣ ଓ ଡିନ୍ କୁରିଆକୋସ୍ ।

ଅଧିକ ପଢ଼ନ୍ତୁ :   ବାୟୁ ପ୍ରଦୂଷଣକୁ ‘ନ୍ୟାସନାଲ ହେଲଥ୍ ଏମରଜେନ୍ସି’ ଘୋଷଣା କରନ୍ତୁ ସରକାର ; ଲୋକସଭାରେ ସଂସଦୀୟ ବିତର୍କ ଦାବି କଲେ ରାହୁଲ

ହଟ୍ଟଗୋଳ ଯୋଗୁ ଲୋକସଭାକୁ ପ୍ରଥମେ ମଧ୍ୟାହ୍ନ ୧୨ଟା, ପରେ ଅପରାହ୍ଣ ୩ଟା ଓ ଶେଷରେ ଦିନକ ପାଇଁ ମୁଲତବୀ ରଖାଯାଇଛି।  ରାଜ୍ୟସଭାରେ ମଧ୍ୟ ହଟ୍ଟଗୋଳ ହୋଇଥିଲା।  ଭାରତ- ଆମେରିକା ବାଣିଜ୍ୟ ରାଜିନାମା କାହିଁକି ଟ୍ରମ୍ପ ଏକତରଫା ଘୋଷଣା କଲେ ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ଆଲୋଚନା ଦାବି କରି କକ୍ଷତ୍ୟାଗ କରିଥିଲେ ବିରୋଧୀ। କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ଏହି ପ୍ରସଙ୍ଗରେ କହୁଥିଲେ ମଧ୍ୟ ବିରୋଧୀ ଶୁଣି ନଥିଲେ। ବିରୋଧୀଙ୍କୁ ବିଜେପି ସମାଲୋଚନା କରିଛି।  ହଟ୍ଟଗୋଳ ଯୋଗୁ ସଂସଦରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବାରମ୍ବାର ବାଧାପ୍ରାପ୍ତ ହୋଇଛି।