କନକ ବ୍ୟୁରୋ: ଭାରତୀୟ ନିର୍ବାଚନକୁ ନେଇ ନିଜ ଦାବିର ଗୋଟିଏ ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଖୁଲାସା। ଭାରତରେ ମତଦାନ ହାରରେ ଉନ୍ନତି ଆଣିବା ପାଇଁ ୟୁଏସ୍‌ଏଡ୍‌ ଫେଡେରାଲ ପାଣ୍ଠି ଏକ ଲାଞ୍ଚ ଯୋଜନା’ ଥିଲା ଏବଂ ଏହି  ଯୋଜନାରେ ଭାରତକୁ ଅର୍ଥ ପଠାଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି । କ’ଣ ଘଟୁଛି ସେ ବିଷୟରେ କାହାର ଧାରଣା ନାହିଁ ଏବଂ ଆମେରିକାର ଅର୍ଥକୁ କିଭଳି ବିନିଯୋଗ କରାଯାଉଥିଲା ତାହାକୁ ନେଇ ଲୋକେ ଚିନ୍ତା କରନ୍ତୁ ବୋଲି ଟ୍ରମ୍ପ କହିଛନ୍ତି ।

Advertisment

ରାଜଧାନୀ ୱାସିଂଟନରେ ରିପବ୍ଲିକାନ୍ ଗଭର୍ଣ୍ଣର୍ସ ଆସୋସିଏସନକୁ ଦେଇଥିବା ଭାଷଣରେ ଟ୍ରମ୍ପ କହିଛନ୍ତି, ଆମେରିକାରେ ମତଦାନ ହାର କମ୍ ରହିଥିବା ବେଳେ ଅନ୍ୟଦେଶରେ ମତଦାନ ବୃଦ୍ଧି ପାଇଁ ଆମେ ଟଙ୍କା ଦେଉଛୁ । ଆମେ ଆମ ନିଜର ମତଦାନ ପ୍ରତି ଯତ୍ନବାନ ହେବା ଉଚିତ। ବୁଧବାର ଟ୍ରମ୍ପ ପୂର୍ବର ଜୋ ବାଇଡେନ୍ ପ୍ରଶାସନ ଭାରତୀୟ ନିର୍ବାଚନରେ ହସ୍ତକ୍ଷେପ କରିବାର ସଙ୍କେତ ଦେଇ ୟୁଏସ୍‌ଏଡ୍‌ ଅଧୀନରେ ଭାରତରେ ମତଦାନ ପାଇଁ ୨୧ ନିୟୁତ ଡଲାର ଖର୍ଚ୍ଚ କରିବାର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଥିଲେ।

କେତେ ସତ ଟ୍ରମ୍ପଙ୍କ ଦାବି?
-ଭାରତୀୟ ନିର୍ବାଚନରେ ଆମେରିକାର ପାଣ୍ଠିକୁ ନେଇ ପୁଣି ଆସିଲା ଟ୍ରମ୍ପଙ୍କ ବୟାନ
-ଟ୍ରମ୍ପ କହିଲେ ୟୁଏସ୍‌ଏଡ୍‌ ଫେଡେରାଲ ପାଣ୍ଠି ଏକ ଲାଞ୍ଚ ଯୋଜନା ଥିଲା
-‘ଆମେରିକାର ଅର୍ଥକୁ କିଭଳି ବିନିଯୋଗ କରାଯାଉଥିଲା ତାହା ସନ୍ଦେହଜନକ’ 
-‘ଆମେରିକାରେ ମତଦାନ ହାର ହ୍ରାସ ଚିନ୍ତାଜନକ ରହିଛି’
-ଏଭଳି ସ୍ଥିତିରେ ଅନ୍ୟ ରାଷ୍ଟ୍ରକୁ ପାଣ୍ଠି ପ୍ରଦାନ କେତେ ଯୁକ୍ତିଯୁକ୍ତ ବୋଲି ଟ୍ରମ୍ପଙ୍କ ପ୍ରଶ୍ନ
-‘ଭାରତରେ ଅନ୍ୟ କାହାକୁ ନିର୍ବାଚିତ କରିବା ପାଇଁ ପ୍ରୟାସ କରୁଥିଲା ବାଇଡେନ ପ୍ରଶାସନ’