କନକ ବ୍ୟୁରୋ: ଆଜି ବି ଆରମ୍ଭରୁ ସରଗରମ ହୋଇଛି ବିଧାନସଭା। ମଦମୃତ୍ୟୁକୁ ନେଇ ବିଧାନସଭାରେ ଜୋରଦାର ହଙ୍ଗାମା ହୋଇଛି।  ବିଜେଡି ଓ କଂଗ୍ରେସ ସଦସ୍ୟ ପ୍ରବଳ ହଟଗୋଳ କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିୟମ ତଳେ ନାରାବାଜି କରିଛନ୍ତି ସଦସ୍ୟ। ଏହାପରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଗଲେ ବିଜେଡି ବିଧାୟକ ମାଧବ ଧଡ଼ା। ବିଜେଡ଼ି ବିଧାୟକ ଯୋଗେଶ ସିଂ, ବିଶ୍ୱ ମଲ୍ଲିକ ଏବଂ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମଧ୍ୟ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇଥିଲେ।

Advertisment

ଚିକିଟି ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବି କରିଆସୁଛନ୍ତି ବିରୋଧୀ କଂଗ୍ରେସ । ଗତ ୩ ଦିନ ଧରି ଏହି ପ୍ରସଙ୍ଗକୁ ନେଇ ବିରୋଧୀ ହୋହାଲ୍ଲା କରିଆସୁଥିବାବେଳେ ଆଜି ଉଭୟ ବିଜେଡି ଓ କଂଗ୍ରେସ ଏହାକୁ ନେଇ ଆଜି ବାଚସ୍ପତିଙ୍କୁ ପୋଡିୟମ ଯାଏଁ ଆଗେଇଯାଇ ବିରୋଧ କରିଥିଲେ ।