କନକ ବ୍ୟୁରୋ: ଶଙ୍ଖ ଭବନରେ ବନ୍ଦ ଡାକରା ପ୍ରସ୍ତୁତି ବୈଠକରେ ହଙ୍ଗାମା କଲ କର୍ମୀ । ହରତାଳ ପ୍ରସ୍ତୁତି ବୈଠକ ବେଳେ ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାରଙ୍କୁ ବିରୋଧ ହୋଇଛି । ଦଳ ବିରୋଧରେ କାମ କରୁଥିବା ଏହି ଦୁଇ ବିଦ୍ରୋହୀ କର୍ପୋରେଟରଙ୍କୁ ବିରୋଧ କରି ଅନ୍ୟ କର୍ପୋରେଟର ମାନେ ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ବୈଠକ ମଝିରେ ବେଶ୍ କିଛି ସମୟ ପାଇଁ ଶଙ୍ଖ ଭବନରେ ହୋ ହାଲ୍ଲା କରିଥିଲେ କର୍ପୋରେଟର ତଥା ଅନ୍ୟ କର୍ମୀ । ପରେ ବୈଠକ ବର୍ଜନ କରିଥିବା କର୍ପୋରେଟରଙ୍କୁ ଦେବୀ ମିଶ୍ର ଓ ବିଧାୟକ ଅରୁଣ ସାହୁ ବୁଝାସୁଝା କରିବା ପରେ ବୈଠକରେ କର୍ପୋରେଟରମାନେ ପୁଣି ଯୋଗ ଦେଇଥିଲେ । ଭରତପୁର ଘଟଣାକୁ ନେଇ ଆସନ୍ତା ମଙ୍ଗଳବାର ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି ।
ଶଙ୍ଖ ଭବନରେ ହଙ୍ଗାମା । ପ୍ରସ୍ତୁତି ବୈଠକରେ ତାତିଲେ ବିଜେଡି କର୍ମୀ ।
ଶଙ୍ଖ ଭବନରେ ବନ୍ଦ ଡାକରା ପ୍ରସ୍ତୁତି ବୈଠକରେ ହଙ୍ଗାମା କଲ କର୍ମୀ । ଦଳ ବିରୋଧରେ କାମ କରୁଥିବା ଏହି ଦୁଇ ବିଦ୍ରୋହୀ କର୍ପୋରେଟରଙ୍କୁ ବିରୋଧ ଅନ୍ୟ କର୍ପୋରେଟର ମାନେ ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ।