ଆଜି ବି ଆଦାନୀ ପ୍ରସଙ୍ଗକୁ ନେଇ ଚାଲିପାରିଲାନି ସଂସଦ ; ଜେପିସି ତଦନ୍ତ ପାଇଁ ବିରୋଧୀଙ୍କ ଦାବି

ଆଜି ବି ଆଦାନୀ ପ୍ରସଙ୍ଗରେ ଚାଲିପାରିଲାନି ସଂସଦ । ଗୃହଭିତରେ ହଙ୍ଗାମା ପରେ ସଂସଦ ପରିସରରେ ପ୍ଲାକାର୍ଡ ଧରି ଲାଞ୍ଚ ମାମଲାର ଜେପିସି ତଦନ୍ତ ପାଇଁ ବିରୋଧୀଙ୍କ ଦାବି ।

51adani

କନକ ବ୍ୟୁରୋ: ସଂସଦ ଶୀତକାଳୀନ ଅଧିବେଶନରେ ମଙ୍ଗଳବାର ମଧ୍ୟ ଗୃହରେ ହଙ୍ଗାମା ହୋଇଥିଲା । ଆଦାନୀ ପ୍ରସଙ୍ଗରେ ବିରୋଧୀ ଲୋକସଭାରେ ହଙ୍ଗାମା କରିଛନ୍ତି । ଗୃହରୁ ବାହାରିବା ପରେ ବିରୋଧୀଦଳର ନେତାମାନେ ସଂସଦ ପରିସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନରେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ସାଂସଦ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ଅଛନ୍ତି । କିନ୍ତୁ ସମାଜବାଦୀ ପାର୍ଟି ଏବଂ ତ୍ରୁଣମୂଳ କଂଗ୍ରେସ ଏହି ବିକ୍ଷୋଭରୁ ନିଜକୁ ଦୂରେଇ ରଖିଛି। ଫଳରେ ଇଣ୍ଡି 'ମେଣ୍ଟ' ଭାଗ ଭାଗ ହୋଇଯାଇଥିବା ସନ୍ଦେହ କରାଯାଉଛି । 

ଆଦାନୀ ପ୍ରସଙ୍ଗରେ ଗୃହରେ ଲଗାତର ବିରୋଧ ପ୍ରଦର୍ଶନ ଜାରି ରଖିଛି କଂଗ୍ରେସ। ଏହାକୁ ନେଇ ବାରମ୍ବାର ଗୃହ ମୁଲତବି ମଧ୍ୟ ହେଉଛି। ଆଜି ମଧ୍ୟ ଏହି ପ୍ରସଙ୍ଗ ବିଷୟରେ ଆଲୋଚନା ପାଇଁ କଂଗ୍ରେସ ସାଂସଦମାନେ ଦାବି କରି ବିରୋଧ ପ୍ରଦର୍ଶନ କରିଛନ୍ତି। ତେବେ ଏହି ବିରୋଧ ପ୍ରଶର୍ଦନରେ ସମାଜବାଦୀ ପାର୍ଟି ଓ ତୃଣମୂଳ କଂଗ୍ରେସର ସାଂସଦମାନେ ଯୋଗ ଦେଇନାହାନ୍ତି ।୨୫ ନଭେମ୍ବରରୁ ଆରମ୍ଭ ହୋଇଥିବା ସଂସଦର ଶତୀକାଳୀନ ଅଧିବେଶନରେ କଂଗ୍ରେସର ଫୋକସ୍‌ କେବଳ ଆଦନୀ ପ୍ରସଙ୍ଗକୁ ନେଇ ରହିଛି । କିନ୍ତୁ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ସମ୍ଭଲରେ ହୋଇଥିବା ହିଂସା ଉପରେ ଆଲୋଚନା କରିବାକୁ ଦାବି କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe