କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ଦ୍ବିତୀୟ ଦିନରେ ନିଲମ୍ବିତ ହେଲେ ୧୨ଜଣ ଆମ ଆଦମୀ ପାର୍ଟି ବିଧାୟକ । ଗୃହକାର୍ଯ୍ୟ ଆରମ୍ଭରୁ ହିଁ ଆପ ବିଧାୟକ ଜୋରଦାର ହଙ୍ଗାମା କରିଥିଲେ । ବାଚସ୍ପତି ବିଜେନ୍ଦ୍ର ଗୁପ୍ତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାବା ସାହେବ ଆମ୍ବେଦରକଙ୍କ ଫଟୋକୁ ହଟାଇବାକୁ ସହଜରେ ଗ୍ରହଣ କରିପାରିନି ଆପ ଓ ସୋମବାରଠୁ ବିଧାନସଭାରେ ପ୍ରବଳ ହଟଗୋଳ ଆରମ୍ଭ କରିଥିଲେ । ସେପଟେ ଆଜି ବିଧାନସଭା ବାହାରେ ବସି ଆପ ବିଧାୟକ ପ୍ରଦର୍ଶନ ଜାରି ରଖିଛନ୍ତି ।
କାହିଁକି ନିଲମ୍ବିତ ହେଲେ ଆପ ବିଧାୟକ?
-୧୨ଜଣ ଆପ ବିଧାୟକ ନିଲମ୍ବିତ
-ବିରୋଧୀ ଦଳ ନେତ୍ରୀ ଆତିସୀ ମାର୍ଲେନା ନିଲମ୍ବିତ
-ଏଥିସହ ନିଲମ୍ବିତ ବିଧାୟକଙ୍କ ହେଲେ ଗୋପାଳ ରାୟ, ଅନୀଲ ଝା,ଜର୍ଣ୍ଣାଲି ସିଂ,ବିଭେଶ ରବି, ସେମା ଦତ୍ତ, ସୁରେନ୍ଦ୍ର ସିଂ,
-ବୀର ସିଂ ଧିଙ୍ଗନ, ମୁକେଶ ଅଲୱାତ, ବିରେନ୍ଦ୍ର ସିଂ କାଦାନିଆ, କୁଲଦୀପ କୁକାମର, ଚୌଧୁରୀ ଜୁବେର ଅହମଦ
-ଗୃହ ଆରମ୍ଭରୁ ବିଧାୟକ କରିଥିଲେ ପ୍ରବଳ ହଙ୍ଗାମା
-ଗୃହକାର୍ଯ୍ୟରେ ବାଧା ଅଭିଯୋଗ ପରେ ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ
-ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବାବା ସାହେବଙ୍କ ଫଟୋ ହଟାଇବାକୁ ଆପର ବିରୋଧ
-ଆପର ଅଭିଯୋଗ, ବିଜେପି ଦଳିତ ବିରୋଧୀ
-ନିଲମ୍ବର ପ୍ରତ୍ୟାହାର ନହେଲେ ଆନ୍ଦୋଳନ ଜାରି ରହିବ