କନକବ୍ୟୁରୋ : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଓ ଅଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ । ଉଭୟ ପକ୍ଷରୁ ଦୁଇ ଛାତ୍ର ଏବଂ ଦୁଇ ଅଣଛାତ୍ର ଆହତ ହୋଇଛନ୍ତି । ଗତକାଲି ରାତି ପ୍ରାୟ ୧୦.୩୦ ସମୟରେ ଓୟୁଏଟି ଛକରେ ଘଟିଛି ଏଭଳି ଗଣ୍ଡଗୋଳ । ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ଟିମ୍ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା ।
ଓୟୁଏଟି ଛକରୁ ଗୋପବନ୍ଧୁ ଛକକୁ କିଛି ଛାତ୍ର ଯାଉଥିବାବେଳେ ଅଣଛାତ୍ରଙ୍କ ଗାଡ଼ିକୁ ସାଇଡ ବାଜିଯାଇଥିଲା । ଏହାକୁ କେନ୍ଦ୍ର କରି ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା । ଏହାପରେ ଅଣଛାତ୍ର ମାନେ ଫେରିଯିବା ପରେ ପୁଣିଥରେ ସମାନ ଜାଗାକୁ ଆସିଥିଲେ । ସେତେବେଳେ ଓୟୁଏଟିର ଭେଟନାରୀ ଛାତ୍ରଙ୍କ ହାବୁଡରେ ପଡ଼ିଯାଇଥିଲେ ।
ତେବେ ଦୁଇ ଅଣଛାତ୍ରଙ୍କୁ ଧରି ଭେଟନାରୀ କଲେଜ ଭିତରକୁ ନେଇ ପ୍ରବଳ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଦୁଇ ଛାତ୍ର ସହ ଦୁଇ ଅଣଛାତ୍ର ଆହତ ହୋଇଛନ୍ତି । ଏହାପରେ ତୁରନ୍ତ ଖଣ୍ଡଗିରି ଥାନା ପୋଲିସ ଖବର ପାଇ ଓୟୁଏଟି ଭିତରକୁ ଯାଇ ଆହତଙ୍କୁ ଖଣ୍ଡଗିରି ଥାନାକୁ ଆଣିଛନ୍ତି । ଉଭୟଙ୍କ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ଆପୋଷ ବୁଝାମଣା ପରେ ସମସ୍ୟାର ସମାଧାନ ହୋଇଛି ।