କନକ ବ୍ୟୁରୋ : ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ସୁଟର ରୁବିନା ଫ୍ରାନ୍ସିସ ହାତେଇଲେ ପଦକ । ମହିଳା ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ଇଭେଣ୍ଟର ଫାଇନାଲରେ ରୁବିନା ଫ୍ରାନ୍ସିସ୍ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ତାଙ୍କର ପ୍ରଥମ ପାରାଲିମ୍ପିକ୍ ପଦକ । ସେହିପରି ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ରେ ଭାରତ ମୋଟ ୫ଟି ପଦକ ହାସଲ କରିଛି । ସେଥିମଧ୍ୟରୁ ୪ଟି ପଦକ ସୁଟିଂରେ ଆସିଛି । ଫାଇନାଲର ପ୍ରଥମ ପର୍ଯ୍ୟାୟ ପରେ ରୁବିନା ଫ୍ରାନ୍ସିସ୍ ତୃତୀୟ ସ୍ଥାନରେ ରହିଥିଲେ । ସେ ଏହି ପର୍ଯ୍ୟାୟର ୧୦ଟି ସଟ୍ ରେ ମୋଟ ୯୭.୬ ସ୍କୋର କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ରୁବିନା ଫ୍ରାନ୍ସିସ୍ ନିଜର ଚମତ୍କାର ଖେଳ ଜାରି ରଖିଥିଲେ । ଏହି ପଦକ ରୁବିନା ଫ୍ରାନ୍ସିସ୍ ତଥା ଭାରତ ପାଇଁ ମଧ୍ୟ ଅତ୍ୟନ୍ତ ଐତିହାସିକ । ପିସ୍ତଲ ସୁଟିଂରେ ପାରାଲିମ୍ପିକ୍ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି ।
ପ୍ୟାରିସ୍ ପାରାଲିମ୍ପିକ୍ସ : ପିସ୍ତଲ ସୁଟିଂରେ ପାରାଲିମ୍ପିକ୍ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେଲେ ରୁବିନା ଫ୍ରାନ୍ସିସ । ହାତେଇଲେ ବ୍ରୋଞ୍ଜ ପଦକ
ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ର ତୃତୀୟ ଦିନରେ ସୁଟର ରୁବିନା ଫ୍ରାନ୍ସିସ ହାତେଇଲେ ପଦକ । ମହିଳା ୧୦ ମିଟର ଏୟାର ପିସ୍ତଲ ଏସଏଚ୧ ଇଭେଣ୍ଟର ଫାଇନାଲରେ ରୁବିନା ଫ୍ରାନ୍ସିସ୍ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ତାଙ୍କର ପ୍ରଥମ ପାରାଲିମ୍ପିକ୍ ପଦକ ।