ଦଲାଲଙ୍କଠାରୁ ବି ସାଂଘାତିକ ଏହି ଆରଟିଓ ଅଧିକାରୀ ; ରାସ୍ତାରେ ଗାଡି ରୋକି ଆଦାୟ କରାଉଥିଲେ ଟଙ୍କା, ବାନ୍ଧିଲା ପୋଲିସ

ରାଜପଥରେ ଲାଞ୍ଚ ନେଉଥିଲେ ସରକାରୀ ବାବୁ । ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, କନିଷ୍ଠ ମୋଟରଯାନ ନୀରିକ୍ଷକଙ୍କ ସହ ତିନି ଦଲାଲଙ୍କୁ ବାନ୍ଧିଲା ବ୍ରହ୍ମପୁର ଗୋଳନ୍ଥରା ପୋଲିସ । ଗାଡ଼ି ପିଛା ଆଦାୟ ହେଉଥିଲା ୨୦୦ରୁ ୭ ହଜାର ଟଙ୍କା ।

bribeq

କନକ ବ୍ୟୁରୋ: ରାଜପଥରେ ଚାଲିଥିଲା ଲାଞ୍ଚ କାରବାର । ଲାଞ୍ଚ ନେଉଥିଲେ ସରକାରୀ ବାବୁ । ୩ ବର୍ଷ ଧରି ଲାଞ୍ଚ ନେବା ପରେ ବାନ୍ଧିଲା ପୋଲିସ । ୫ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଜଣେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, କନିଷ୍ଠ ମୋଟରଯାନ ନୀରିକ୍ଷକଙ୍କ ସହ ତିନି ଜଣ ଦଲାଲଙ୍କୁ ଗିରଫ କରାଯାଇଛି । 

ଏବେ ଅତିରିକ୍ତ ଆରଟିଓ କେ. ଭେଙ୍କଟରାଓଙ୍କ ଘରେ ଚଢାଉ କରୁଛି ଗୋଳନ୍ଥରା ପୋଲିସ । ବେଆଇନ ଭାବେ ଜାତୀୟ ରାଜପଥରେ ଗାଡି ଅଟକାଇ ଟଙ୍କା ଆଦାୟ କରୁଥିଲେ । ଗତ ୨୦୨୨ ମସିହାରୁ ବେଆଇନ ଭାବେ ଜାତୀୟ ରାଜପଥରେ ଏମାନେ ଏପରି ବେଆଇନ ଭାବେ ଟଙ୍କା ନେଉଥିଲେ । ଗୋଟିଏ ଗାଡ଼ି ପିଛା ୨୦୦ରୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲେ ଦଲାଲ । ଆଦାୟ ହୋଇଥିବା ଟଙ୍କାକୁ ଦଲାଲ ଓ ଅଧିକାରୀ ମାନଙ୍କ ମଧ୍ୟରେ ଭାଗବଣ୍ଟା ହେଉଥିଲା । ଟଙ୍କା ନେଣଦେଣ ସହ ଗାଡ଼ିର ସମସ୍ତ ତଥ୍ୟ ୱାଟସଆପ ଯୋଗେ ଅପଡେଟ କରୁଥିଲେ। ଘଟଣାକୁ ନେଇ ତଦନ୍ତ ଜାରି ଥିବା ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe