ଭାରତକୁ କେହି ଡରାଇ ପାରିବେ ନାହିଁ;  ରାମ ମାଧବ

ଭାରତକୁ କେହି ଡରାଇ ପାରିବେ ନାହିଁ । ଭାରତ ପ୍ରତ୍ୟେକ ପରିସ୍ଥିତିରେ ନିଜର ସ୍ୱାର୍ଥକୁ ରକ୍ଷା କରିବାକୁ ପ୍ରସ୍ତୁତ; ଆରଏସଏସ ନେତା ରାମ ମାଧବ

RAM-MADHAV

କନକ ବ୍ୟୁରୋ: କିଛି ଦିନ ତ‌ଳେ ଭାରତକୁ ପରମାଣୁ ବୋମା ଆକ୍ରମଣ ଧମକ ଦେଇଥିଲେ ପାକିସ୍ତାନର ଆର୍ମି ମୁଖ୍ୟ ଆସୀମ୍ ମୁନୀର । ଏବେ ଏହାର ଜବାବ ଦେଇଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ବରିଷ୍ଠ ନେତା ରାମ ମାଧ । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତ ଏପରି ଏକ ଦେଶ ନୁହେଁ ଯିଏ କୌଣସି ପରମାଣୁ ବିପଦକୁ ଭୟ କରେ  । ଭାରତ ପ୍ରତ୍ୟେକ ପରିସ୍ଥିତିରେ ନିଜର ସ୍ୱାର୍ଥକୁ ରକ୍ଷା କରିବାକୁ ପ୍ରସ୍ତୁତ।

ରାମ ମାଧବ କହିଛନ୍ତି ଯେ, ଭାରତ ତା’ର ମତରେ ଅଟଳ ରହିବା ଉଚିତ ଏବଂ ଯେକୌଣସି ପ୍ରକାରର ବିପଦର ଦୃଢ଼ ଜବାବ ଦେବା ଉଚିତ। ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତର ସୁରକ୍ଷା ଏବଂ ସାର୍ବଭୌମତ୍ୱ ସହିତ କାହାକୁ ଖେଳିବାକୁ ଦିଆଯିବନାହିଁ। 

ସ୍ବାଧୀନତା ଦିବସ ଅବସର‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରଏସଏସର ପ୍ରଶଂସା କରିଥିଲେ। ଏଥିରେ ଖୁସି ପ୍ରକାଶ କରି ରାମ ମାଧବ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମୁଖରୁ ଆମ କଥା ଶୁଣି ଆମେ ବହୁତ ଖୁସି ହେଲୁ। କେବଳ ଆମେ ନୁହେଁ ବରଂ ସଂଗଠନକୁ ସମର୍ଥନ କରୁଥିବା ଅନ୍ୟମାନେ ମଧ୍ୟ ସନ୍ତୁଷ୍ଟ। କିଛି ଲୋକଙ୍କୁ ଏହା ପସନ୍ଦ ଆସିନାହିଁ। କିନ୍ତୁ ଆରଏସଏସ ଗତ ୧୦୦ବର୍ଷ ଧରି ନିରନ୍ତର ଶକ୍ତିଶାଳୀ ହେଉଛି ଏବଂ ଅକ୍ଟୋବରରୁ ୧୦୦ତମ ବର୍ଷ ଆରମ୍ଭ କରିବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe