କନକ ବ୍ୟୁରୋ: ‘ଆକ୍ରମଣକାରୀ ମାନସିକତା ଥିବା ଲୋକମାନେ ଭାରତ ପାଇଁ ବିପଦ’, କର୍ଣ୍ଣାଟକରେ ଆୟୋଜିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବୈଠକରେ ଏଭଳି କିଛି କଥା କହିଛନ୍ତି,  ଆରଏସଏସର ମହାସଚିବ ଦତ୍ତାତ୍ରେୟ ହୋସାବଲେ । ଏହାସହ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ  ସେ ନିଜର ରଖିଥିବାବେଳେ, ଆକ୍ରମଣକାରୀ ମାନସିକତା ଥିବା ଲୋକମାନେ ଭାରତ ପାଇଁ ବିପଦ ବୋଲି କହିଛନ୍ତି । ଏହାସହ ଔରଙ୍ଗଜେବ ବିବାଦ ଉପରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମକୁ ଚିନ୍ତା କରିବାକୁ ପଡିବ ଯେ... ଆମେ ବାହାରୁ ଆସୁଥିବା ଲୋକଙ୍କୁ ଆଦର୍ଶ କରିବା ଉଚିତ ନା ସ୍ଥାନୀୟ ନାୟକମାନଙ୍କୁ ସମ୍ମାନ ଦେବା ଉଚିତ ।

Advertisment

ଅନ୍ୟପଟେ ହୋସାବାଲେ ୱାକଫ ସଂଶୋଧନ ବିଲ୍ ଉପରେ ମଧ୍ୟ ନିଜର ମତ ରଖିଛନ୍ତି । ସେ  କହିଛନ୍ତି ଯେ, ଏହା ସମ୍ପର୍କରେ ଚାଲିଥିବା ଆଲୋଚନା ସମାଜର ହିତ ପାଇଁ । ଏହାସହ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ, ଆଞ୍ଚଳିକ ସନ୍ତୁଳନ ବଜାୟ ରଖିବା ପାଇଁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ଲୋକସଭା ଆସନ ବଜାୟ ରଖିବା ପାଇଁ ସେ ସମର୍ଥନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଏହି ବୈଠକରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ RSS ଦ୍ୱାରା ଏକ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ଇସଲାମିକ କଟ୍ଟରପନ୍ଥୀଙ୍କ ତତ୍ତ୍ୱ ଦ୍ୱାରା ନିରନ୍ତର ଯୋଜନାବଦ୍ଧ ହିଂସା, ଅନ୍ୟାୟ ଏବଂ ଅତ୍ୟାଚାର ଉପରେ ଗଭୀର ଚିନ୍ତା ପ୍ରକାଶ କରାଯାଇଛି । ପ୍ରସ୍ତାବରେ ହିନ୍ଦୁ ସମାଜ ସହିତ ଏକତା ରକ୍ଷା କରିବାକୁ ଅପିଲ କରାଯାଇଛି ।