ଯେପର୍ଯ୍ୟନ୍ତ ହିନ୍ଦୁ ନିଜେ ମଜବୁତ ନହେବେ , ଦୁନିଆର କେହି ତାଙ୍କ ପାଇଁ ଚିନ୍ତା କରିବେନି ; ମୋହନ ଭାଗବତ

ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ପୁଣି ଥରେ ହିନ୍ଦୁ ସମାଜର ଏକତା ଉପରେ ଗୁରୁତ୍ବ ଦେଇ କହିଛନ୍ତି, ’ଯେପର୍ଯ୍ୟନ୍ତ ହିନ୍ଦୁ ସମାଜ ନିଜେ ମଜଭୁତ ନହୋଇଛି ସେ ପର୍ଯ୍ୟନ୍ତ ଦୁନିଆର କେହି ବି ତା ବାବଦରେ ଚିନ୍ତା କରିବେ ନାହିଁ’ । 

RSS chief

RSS chief Photograph: (KanakNews)

କନକ ବ୍ୟୁରୋ: ’ହିନ୍ଦୁ ସମାଜ ଓ ଭାରତ ପରସ୍ପର ସହ ଗଭୀର ଭାବେ ଜଡିତ । ଏଥିପାଇଁ ହିନ୍ଦୁ ସମାଜର ଗାରିମା ଭାରତକୁ ଗୌରବାନ୍ବିତ କରିବ । ଏକ ସଶକ୍ତ ହିନ୍ଦୁ ସମାଜ ହିଁ ସେହିମାନଙ୍କୁ ସାଙ୍ଗରେ ନେଇ ଏକ ଆଦର୍ଶ ପ୍ରସ୍ତୁତ କରିପାରିବ ଯେଉଁମାନେ ଏବେ ନିଜକୁ ହିନ୍ଦୁ ମାନୁନାହାନ୍ତି । ସମୟ ଥିଲା ଯେତେବେଳେ ସେମାନେ ବି ହିନ୍ଦୁ ଥିଲେ । ଯଦି ଭାରତ ବର୍ଷରେ ହିନ୍ଦୁ ସମାଜ ସଶକ୍ତ ହୁଏ ତାହେଲେ ସ୍ବାଭାବିକ ଭାବେ ସାରା ଦୁନିଆରେ ହିନ୍ଦୁଙ୍କୁ ଶକ୍ତି ମିଳିବ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ।

ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ପୁଣି ଥରେ ହିନ୍ଦୁ ସମାଜର ଏକତା ଉପରେ ଗୁରୁତ୍ବ ଦେଇ କହିଛନ୍ତି, ଭାରତର ଏକତା ହିନ୍ଦୁଙ୍କ ସୁରକ୍ଷାର ଗ୍ୟାରେଣ୍ଟି । ହିନ୍ଦୁ ସମାଜ ଓ ଭାରତ ପରସ୍ପର ସହ ଜଡିତ । ଯେବେ ହିନ୍ଦୁ ସମାଜ ସଶକ୍ତ ହେବ, ପୂରା ଭାରତ ଗୌରବମୟ ହେବ । ଗଣମାଧ୍ୟମର ଏକ ସାକ୍ଷାତକାରରେ ବିଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଓ ମାନବାଧିକାର ସଙ୍ଗଠନକଗୁଡିକର ନିରବତା ଉପରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ’ଯେପର୍ଯ୍ୟନ୍ତ ହିନ୍ଦୁ ସମାଜ ନିଜେ ମଜଭୁତ ନହୋଇଛି ସେ ପର୍ଯ୍ୟନ୍ତ ଦୁନିଆର କେହି ବି ତା ବାବଦରେ ଚିନ୍ତା କରିବେ ନାହିଁ’ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe