କନକ ବ୍ୟୁରୋ: ’ହିନ୍ଦୁ ସମାଜ ଓ ଭାରତ ପରସ୍ପର ସହ ଗଭୀର ଭାବେ ଜଡିତ । ଏଥିପାଇଁ ହିନ୍ଦୁ ସମାଜର ଗାରିମା ଭାରତକୁ ଗୌରବାନ୍ବିତ କରିବ । ଏକ ସଶକ୍ତ ହିନ୍ଦୁ ସମାଜ ହିଁ ସେହିମାନଙ୍କୁ ସାଙ୍ଗରେ ନେଇ ଏକ ଆଦର୍ଶ ପ୍ରସ୍ତୁତ କରିପାରିବ ଯେଉଁମାନେ ଏବେ ନିଜକୁ ହିନ୍ଦୁ ମାନୁନାହାନ୍ତି । ସମୟ ଥିଲା ଯେତେବେଳେ ସେମାନେ ବି ହିନ୍ଦୁ ଥିଲେ । ଯଦି ଭାରତ ବର୍ଷରେ ହିନ୍ଦୁ ସମାଜ ସଶକ୍ତ ହୁଏ ତାହେଲେ ସ୍ବାଭାବିକ ଭାବେ ସାରା ଦୁନିଆରେ ହିନ୍ଦୁଙ୍କୁ ଶକ୍ତି ମିଳିବ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ।

Advertisment

ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ପୁଣି ଥରେ ହିନ୍ଦୁ ସମାଜର ଏକତା ଉପରେ ଗୁରୁତ୍ବ ଦେଇ କହିଛନ୍ତି, ଭାରତର ଏକତା ହିନ୍ଦୁଙ୍କ ସୁରକ୍ଷାର ଗ୍ୟାରେଣ୍ଟି । ହିନ୍ଦୁ ସମାଜ ଓ ଭାରତ ପରସ୍ପର ସହ ଜଡିତ । ଯେବେ ହିନ୍ଦୁ ସମାଜ ସଶକ୍ତ ହେବ, ପୂରା ଭାରତ ଗୌରବମୟ ହେବ । ଗଣମାଧ୍ୟମର ଏକ ସାକ୍ଷାତକାରରେ ବିଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଓ ମାନବାଧିକାର ସଙ୍ଗଠନକଗୁଡିକର ନିରବତା ଉପରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ, ’ଯେପର୍ଯ୍ୟନ୍ତ ହିନ୍ଦୁ ସମାଜ ନିଜେ ମଜଭୁତ ନହୋଇଛି ସେ ପର୍ଯ୍ୟନ୍ତ ଦୁନିଆର କେହି ବି ତା ବାବଦରେ ଚିନ୍ତା କରିବେ ନାହିଁ’ ।